26.1 C
Bhubaneswar
Tuesday, November 24, 2026
Homeଓଡିଶାସାଧାରଣ ଜନତା ଓ ସୂଚନା ଅଧିକାର କର୍ମୀଙ୍କ ସନ୍ଦେହ ଦୂର କରିବା ହେଉଛି ଏକ ଲୋକାଭିମୁଖୀ...

ସାଧାରଣ ଜନତା ଓ ସୂଚନା ଅଧିକାର କର୍ମୀଙ୍କ ସନ୍ଦେହ ଦୂର କରିବା ହେଉଛି ଏକ ଲୋକାଭିମୁଖୀ ସରକାରଙ୍କ ଦାୟିତ୍ୱ: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: ଜାତୀୟ ସମ୍ପତି ହେଉ କିମ୍ବା ଓଡ଼ିଶାର ସାଧାରଣ ଲୋକଙ୍କ ସମ୍ପତି ହେଉ ସେସବୁର ସୁରକ୍ଷାର ଦାୟିତ୍ୱ ରାଜ୍ୟ ସରକାରଙ୍କର । ବିଜେପି ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ । ଗଣମାଧ୍ୟମଠାରୁ ଆରମ୍ଭ କରି ସୂଚନା ଅଧିକାର କର୍ମୀଙ୍କ ସୂଚନା ଅନୁସାରେ ଯେଉଁ ଆରୋପ ଆସିଲା, ସେଥିରେ ସେମାନେ ତଥ୍ୟ ଦେଲେ ଯେ, ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତରେ ଅନିୟମିତତା ହୋଇଛି । ସାଧାରଣ ଜନତା ଏବଂ ସୂଚନା ଅଧିକାର କର୍ମୀ ଯେଉଁ ପ୍ରଶ୍ନ ଉଠେଇଛନ୍ତି, ସେମାନଙ୍କର ସନ୍ଦେହ ଦୂର କରିବା ହେଉଛି ଏକ ଲୋକାଭିମୁଖୀ ସରକାରଙ୍କ ଦାୟିତ୍ୱ । ସେ ଦୃଷ୍ଟିରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାସ୍ତବ ତଥ୍ୟ ସାଧାରଣ ଜନତା ଆଗରେ ରଖିବା ପାଇଁ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଦନ୍ତ ଆଦେଶ ଶୁଣିବା ପରେ ବିଜେଡି ନେତାଙ୍କ ଦେହରେ ନିଆଁ ଲାଗିଯାଉଛି କାହିଁକି? ବିଜେଡି କ’ଣ ଚାହୁଁ ନାହିଁ ସତ ସାମ୍‌ନାକୁ ଆସୁ? ସତ କ’ଣ ଅଧିକାରୀସ୍ତରୀୟ ତଦନ୍ତ ପରେ ଜଣାପଡ଼ିବ ବୋଲି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଯାହା ସତ ତାହା ସାମ୍‌ନାକୁ ଆସିବ । ସତ୍ୟକୁ ସାମ୍‌ନା କରିବା ପାଇଁ ବିଜୁ ଜନତା ଦଳର ପାଖରେ କ’ଣ ଧର୍ଯ୍ୟ କି ସାହସ ନାହିଁ? ସରକାର ଲୋକହିତରେ ଓଡ଼ିଶାର ସମ୍ପତିକୁ ସୁରକ୍ଷା ଦେବାକୁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଓଡ଼ିଶା ରାଜନୀତି ଇତିହାସରେ ଉଦାହରଣ ସୃଷ୍ଟି କରିଛି । ନବୀନ ବାବୁଙ୍କ ବିଦେଶ ଗସ୍ତ ବିରୋଧରେ ଯେଉଁ ଅଭିଯୋଗ ଆସିଛି ବା ଯେଉଁ ସନ୍ଦେହଯାତ ହୋଇଛି, ତାହା ଉପରେ ସେ ଉତର ଦେବା ଦରକାର । ବିଦେଶ ଗସ୍ତରେ ଅଧିକ ଯାଆନ୍ତୁ କି କମ୍ ଯାଆନ୍ତୁ ସ୍ୱଚ୍ଛତା ରହିବା ଜରୁରୀ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking