ଭୁବନେଶ୍ୱର : ଖୁବଶୀଘ୍ର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ । ତେବେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ। କାର୍ଯ୍ୟକ୍ରମ ସ୍ଥିର ହେଲେ ନିଶ୍ଚିତ ସୂଚନା ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ପୂର୍ବ ସୂଚନା ଅନୁସାରେ ଚଳିତ ମାସ ୨୮ ଏବଂ ୨୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ ବୋଲି କୁହାଯାଇଥିଲା । ଏହି ଗସ୍ତ ସମୟରେ ପୁରୀରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଏହା ସହ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଅମିତ ଶାହଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ହେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ତେବେ ଏସବୁ କାର୍ଯ୍ୟକ୍ରମ ଉପରେ ଏବେ ଚୂଡ଼ାନ୍ତ ହୋଇନାହିଁ।










