ନୂଆଦିଲ୍ଲୀ : ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ୬.୮ ତୀବ୍ରତାଯୁକ୍ତ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଭୂମିକମ୍ପ ହୋଇଥିଲା ଏବଂ ଏହାର ଝଟକା ରାଜଧାନୀ ଲିମା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଘର ଥରିବା ଯୋଗୁଁ ଲୋକେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ପେରୁର ଜିଓଫିଜିକ୍ସ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ଆଣ୍ଡିଆନ୍ ଅଞ୍ଚଳର ଜୁନିନରେ ଭୂପୃଷ୍ଠର ୧୨୯ କିଲୋମିଟର ଗଭୀରରେ ଭୂମିକମ୍ପର କେନ୍ଦ୍ର ଥିଲା। ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳି ନାହିଁ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ କହିଛି ଯେ, କୌଣସି ସୁନାମି ବିପଦ ନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କେନ୍ଦ୍ର ନିଶ୍ଚିତ କରିଛି ଯେ କାଲିଫର୍ନିଆ, ଓରେଗନ୍, ୱାସିଂଟନ, ବ୍ରିଟିଶ୍ କଲମ୍ବିଆ କିମ୍ବା ଆଲାସ୍କା ପାଇଁ କୌଣସି ସୁନାମି ବିପଦ ନାହିଁ।ପେରୁର ଭୌଗୋଳିକ ସ୍ଥିତି ଏହାକୁ ଭୂମିକମ୍ପ ପ୍ରବଣ କରିଛି। ଏହା ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାର ମଧ୍ୟରେ ରହିଛି। ଏହା ପ୍ରଶାନ୍ତ ମହାସାଗରର ୪୦ ହଜାର କିଲୋମିଟର ପରିବ୍ୟାପ୍ତ ଏକ ଅଞ୍ଚଳ। ଏହା ମଧ୍ୟରେ ଅନେକ ଆଗ୍ନେୟଗିରି ଏବଂ ଫଲ୍ଟ ରେଖା ଦ୍ୱାରା ରହିଛି। ବିଶ୍ୱର ଅଧିକାଂଶ ଭୂମିକମ୍ପ ଏହି ଅଞ୍ଚଳରେ ଘଟିଥାଏ।










