ପୋଲସରା: କ୍ୱାର୍ଟର୍ସରେ ମହିଳା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଏଏସଆଇ ହେଉଛନ୍ତି ପ୍ରଭାସିନୀ ସାହୁ । ଖବର ପାଇ ଘଟଣାସ୍ଥଳରେ ପହଁଚିଲେ ଗଞ୍ଜାମ ଏସପି ହରିଶ ବିଶି। ସୂଚନା ଅନୁସାରେ, ଆଜି ସକାଳେ ଏସଆଇଙ୍କ ଘରର ଗେଟ ଖୋଲିନଥିଲା, ଆଖପାଖରେ ରହୁଥିବା ଲୋକଙ୍କ ସନ୍ଦେହ ହୋଇଥିଲା । ସନ୍ଦେହ ପ୍ରଘଟ ପରେ ଘଟଣାଟି ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପରିସର କ୍ୱାର୍ଟର୍ସରୁ ମହିଳା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଯାହାକୁ ନେଇ ଥାନାରେ ଏବଂ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଖବର ପାଇ ଗଞ୍ଜାମ ଏସପି ହରିଶ ବିଶି ଘଟଣାସ୍ଥଳରେ ପହଁଚିଲେ । ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ଆଶଙ୍କା କରାଯାଉଛି ।










