ଭୁବନେଶ୍ୱର: ପାରାଦୀପ ପୋର୍ଟ DTMଙ୍କ ଘରେ CBI ରେଡ୍। ଡେପୁଟୀ ଟ୍ରାଫିକ ମ୍ୟାନେଜର ଶ୍ରୀମନ ମିଶ୍ରଙ୍କ ଘରେ ଚଢାଉ କରିଛି ସିବିଆଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରାଦୀପ ସମେତ ଏରସମା, କୁଜଙ୍ଗ ଓ ଭୁବନେଶ୍ବରରେ ଚଢ଼ାଉ ଜାରି ରହିଛି। ପାରାଦୀପ କ୍ୱାର୍ଟର୍ସ, ଉଦୟବଟ ଘର, କୁଜଙ୍ଗର ନିହାରୁଣୀ, ଏରସମାର ବାମଦେଇପୁର ଓ ଭୁବନେଶ୍ୱର ରଘୁନାଥପୁର ଘରେ ସିବିଆଇ ଯାଞ୍ଚ କରୁଛି। ସେ ଅନେକ ଦାମୀ ସମ୍ପତ୍ତି କିଣିଥିବା ସନ୍ଧାନ ପାଇଛି ସିବିଆଇ।୮ଟି ସ୍ଥାନରେ ପ୍ରାୟ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଠାବ ହୋଇଛି। ପୂର୍ବରୁ ଲୋକାୟୁକ୍ତ ଓ ଇଡିରେ ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସିବିଆଇ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।










