23.1 C
Bhubaneswar
Tuesday, November 10, 2026
Homeଓଡିଶାଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ: ରାଜଧାନୀରେ ଏକାଠି ହେବେ ରାଜନୈତିକ ଓ ସାମାଜିକ ସଂଗଠନ

ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ: ରାଜଧାନୀରେ ଏକାଠି ହେବେ ରାଜନୈତିକ ଓ ସାମାଜିକ ସଂଗଠନ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କରାଯିବ ଗଣବିକ୍ଷୋଭ। କେନ୍ଦ୍ରୀୟ ଜଳ ଆୟୋଗର ଆଞ୍ଚଳିକ କାର୍ୟ୍ୟାଳୟ ଆଗରେ ଅନୁଷ୍ଠିତ ହେବାକୁ ଥିବା କାର୍ୟ୍ୟକ୍ରମରେ ସାମିଲ ହେବେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ, ମହାନଦୀ ସୁରକ୍ଷା ପାଇଁ ଚିନ୍ତିତ ବ୍ୟକ୍ତିବିଶେଷ। ମହାନଦୀରେ କେତେ ପାଣି ଉପରମୁଣ୍ଡରେ ଉପଲବ୍ଧ ତାର ସବିଶେଷ ତଥ୍ୟ କେନ୍ଦ୍ରୀୟ ଜଳ ଆୟୋଗ ସାର୍ବଜନୀନ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ।କେନ୍ଦ୍ରୀୟ ଜଳ ଆୟୋଗ ମହାନଦୀ ଟ୍ରିବ୍ୟୁନାଲ ପାଖରେ ମହାନଦୀ ଜଳ ଆବଣ୍ଟନକୁ ନେଇ ଏକ ଫର୍ମୁଲା ଦେଇଛି ।  ଏଥିରେ ଓଡିଶାକୁ ୨୪ ନିୟୁତ ଏକର ଫୁଟ, ଛତିଶଗଡ କୁ ୨୨ ନିୟୁତ ଏକର ଫୁଟ ଓ ଅନ୍ୟ ବେଶିନ ରାଜ୍ୟ ଗୁଡିକୁ ୨ ନିୟୁତ ଏକର ଫୁଟ ଜଳ ଆବଣ୍ଟନର ପ୍ରସ୍ତାବ ରହିଛି। କେଉଁ ଆଧାରରେ ଏହି ଜଳ ଆବଣ୍ଟନ ହେଲା ଓ ବର୍ତ୍ତମାନ ସମୟରେ ମହାନଦୀରେ କେତେ ପାଣି ଉପରମୁଣ୍ଡରେ ଉପଲବ୍ଧ ତାର ସବିଶେଷ ତଥ୍ୟ କେନ୍ଦ୍ରୀୟ ଜଳ ଆୟୋଗ ସାର୍ବଜନୀନ କରିବାକୁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking