29.1 C
Bhubaneswar
Saturday, November 7, 2026
Homeଓଡିଶା୭ ହଜାର ଲାଞ୍ଚ ପାଇଁ ଜେଲ୍‌ ଗଲେ ବାଲିଆପାଳ ସବ୍-ରେଜିଷ୍ଟ୍ରାର !

୭ ହଜାର ଲାଞ୍ଚ ପାଇଁ ଜେଲ୍‌ ଗଲେ ବାଲିଆପାଳ ସବ୍-ରେଜିଷ୍ଟ୍ରାର !

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ସବ୍ ରେଜିଷ୍ଟ୍ରାର। ଜମିର ବିକ୍ରୟ କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ରଙ୍ଗେହାତ ଧରିଛି ଓଡ଼ିଶା ଭିଜିଲାନ୍ସ। ପୂର୍ବରୁ ସେ ଏଥିପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ। ପରେ କ୍ରେତାଙ୍କ ସହ କଥାବାର୍ତ୍ତା କରି ୭ ହଜାର ଟଙ୍କାରେ ରାଜି ହୋଇଥିଲେ। କ୍ରେତାଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ କାବୁ କରିବା ସହ ସମ୍ପୂର୍ଣ୍ଣ ଟଙ୍କା ଜବତ କରିଛି।ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ ରେଜିଷ୍ଟର ଦୀର୍ଘ ୮ ମାସ ଧରି କାର୍ଯ୍ୟ କରି ଆସୁଛନ୍ତି ମନୀଷା ମିଶ୍ର। ସେ ବିଭିନ୍ନ ସମୟରେ ବିଭନ୍ନ କାମ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଥିଲା। କିନ୍ତୁ ସବୁଦିନ ସମୟ ସମାନ ନୁହେଁ।  ବାଲିଆପାଳ ଅଂଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର  ଜମିରେ ରେଜେଷ୍ଟ୍ରି କରିବା ପାଇଁ  ସବ ରେଜିଷ୍ଟର ମନୀଷା ମିଶ୍ର ୧୦ ହଜାଇ ଟଙ୍କା ଲାଞ୍ଚ ମାଗିଥିଲେ। ପରବର୍ତ୍ତୀ ସମୟରେ ୭ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା। ଏନେଇ ଜ୍ଞାନ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ। ପାଖାପାଖି ମଧ୍ୟାହ୍ନ ସମୟରେ ଜ୍ଞାନ ହଜାର ଟଙ୍କା ନେଇ ସବ ରେଜିଷ୍ଟର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ। ଟଙ୍କା ଦେଇଥିଲେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ମାଡି ବସିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking