29.1 C
Bhubaneswar
Friday, November 6, 2026
Homeଦେଶ ବିଦେଶପରିବାର ସହ ପିଏମ୍ ମୋଦୀଙ୍କୁ ଭେଟିଲେ ସୂର୍ଯ୍ୟ ଯାଦବ

ପରିବାର ସହ ପିଏମ୍ ମୋଦୀଙ୍କୁ ଭେଟିଲେ ସୂର୍ଯ୍ୟ ଯାଦବ

ନୂଆଦିଲ୍ଲୀ : କ୍ରିକେଟ୍ ପଡ଼ିଆରେ ନିଜ ଚମତ୍କାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହୁଥିବା ସୂର୍ଯ୍ୟକୁମାର ଯାଦବ ଏବେ ଏକ ଖାସ୍ ସାକ୍ଷାତ୍‌କୁ ନେଇ ଚର୍ଚ୍ଚାରେ । ପରିବାର ସହ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ସାକ୍ଷାତ୍‌ ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଶା ଓ ଝିଅ ରିଦ୍ଧିମା ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତକାରର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି ।ଏହି ସାକ୍ଷାତ୍‌ର ସବୁଠାରୁ ଆକର୍ଷଣୀୟ ମୁହୂର୍ତ୍ତ ଥିଲା ଯେତେବେଳେ ସୂର୍ଯ୍ୟକୁମାରଙ୍କ ଝିଅ ରିଦ୍ଧିମା ଭଜନ ଗାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଛୋଟ ଝିଅଟି ମନ୍ତ୍ର ଓ ଭଜନ ଶୁଣାଇଥିବା ବେଳେ ମୋଦୀ ମଧ୍ୟ ମନଦେଇ ଶୁଣିଥିଲେ । ଝିଅର ଏହି ପରିବେଷଣକୁ ଦେଖି ସୂର୍ଯ୍ୟକୁମାର ମଧ୍ୟ ଖୁସି ହୋଇଥିଲେ ।

ଏହି ଭେଟଘାଟର ଭିଡିଓ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ Xରେ ସେୟାର କରିଛନ୍ତି । ଦୀପାବଳିର ପବିତ୍ର ପରିବେଶକୁ ଉଲ୍ଲେଖ କରି ମୋଦୀ ଲେଖିଛନ୍ତି, “ଦୀପାବଳିର ଏହି ପବିତ୍ର ଅବସରରେ ରାମ ଓ ସରୟୁଙ୍କ ଆଗମନ ହୋଇଛି । ଏହା ଦୀପାବଳିର ମାହୋଲକୁ ଆହୁରି ପବିତ୍ର ଓ ଦିବ୍ୟ କରିଦେଇଛି ।” ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଆସୁଛି । ଏହି ସାକ୍ଷାତ୍‌ରେ ସୂର୍ଯ୍ୟକୁମାର ୨୦୨୬ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ବିଜୟର ସ୍ୱର୍ଣ୍ଣ ପଦକ ପିନ୍ଧିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକକୁ ନିଜ ହାତରେ ଧରି ସୂର୍ଯ୍ୟକୁମାରଙ୍କ ସହ ଐତିହାସିକ ବିଜୟର ଖୁସି ବାଣ୍ଟିଥିଲେ । ଉଲ୍ଲେଖଯୋଗ୍ୟ, ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଟାଇଟଲ୍ ଜିତିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking