29.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶଫୋନ୍ କରି ଡାକିନେଲେ, ଗୁଳି କରି ମାରିଦେଲେ !

ଫୋନ୍ କରି ଡାକିନେଲେ, ଗୁଳି କରି ମାରିଦେଲେ !

ଭୁବନେଶ୍ୱର:   ରାଜଧାନୀରେ ଅପରାଧର ରକ୍ତଚରିତ୍ର । ଶିଶୁପାଳଗଡ଼ରେ ୨୫ ବର୍ଷୀୟ ତପୁ ନାୟକଙ୍କୁ ଗୁଳି କରି ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ପ୍ରଥମେ ମାଉସୀ ମା’ ଛକ ବ୍ରିଜ୍ ଉପରେ ଦୁର୍ବୃତ୍ତ ଗୁଳି କରିଥିବା ନେଇ ପୋଲିସକୁ କୁହାଯାଇଥିଲା । କିନ୍ତୁ ପୋଲିସର ସନ୍ଦେହ ହେବାରୁ ତଦନ୍ତ ଆଗକୁ ବଢ଼ିଥିଲା । ଆଉ ଏହାପରେ ସାମ୍ନାକୁ ଆସିଥିଲା ହତ୍ୟାର ପ୍ରକୃତ ଘଟଣା ।

 ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀ ଗଙ୍ଗୁଆ କେନାଲରେ ଖୋଜାଖୋଜି କରି ବନ୍ଧୁକ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ମଧ୍ୟ କରିଛି ପୋଲିସ ।ସେପଟେ ପରିବାର ପକ୍ଷରୁ ସାଂଘାତିକ ଅଭିଯୋଗ ହୋଇଛି । ଉମେଶ ପଟ୍ଟନାୟକ ଏବଂ ତାଙ୍କର କିଛି ସାଙ୍ଗ ଫୋନ୍ କରି ତପୁଙ୍କୁ ଡାକିଥିଲେ । ଘରୁ ୮୦ ହଜାର ଟଙ୍କା ଏବଂ ସୁନା ଚେନ୍ ନେଇ ଯାଇଥିବା ମଧ୍ୟ ପରିବାର ଅଭିଯୋଗ କରିଛି । ଉମେଶ ଓ ତାଙ୍କର କିଛି ସହଯୋଗୀ ତପୁଙ୍କ ପାଖରେ କାମ କରୁଥିଲେ । ତେବେ କେଉଁ କାରଣରୁ ତାଙ୍କ ପୁଅକୁ ଡାକି ନେଇ ହତ୍ୟା କରାଗଲା, ତାହା ଜାଣିନଥିବା କହିଛନ୍ତି ପରିବାର ଲୋକେ । ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking