ନୂଆଦିଲ୍ଲୀ : ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା । ଏପଟେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ଦେଖିବାକୁ ମିଳିଛି ବଡ଼ ହ୍ରାସ । ୧୦୦ ଡଲାର ତଳକୁ ଖସିଛି ବ୍ରେଣ୍ଟ କ୍ରୁଡ୍ ଓ ଆମେରିକାର WTI ତୈଳ ଦର । ଉଭୟ ତୈଳର ମୂଲ୍ୟ ଦୁଇ ମାସରୁ ଅଧିକ ସମୟର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି ।ବୁଧବାର ବ୍ୟବସାୟ ଶେଷ ସୁଦ୍ଧା ବ୍ରେଣ୍ଟ କ୍ରୁଡ୍ ତୈଳ ଦର ୮.୭ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୯୪.୬୨ ଡଲାରରେ ପହଞ୍ଚିଥିଲା। ସେହିପରି ଆମେରିକାର WTI ତୈଳ ଦର ୮.୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୮୮.୧୨ ଡଲାର ହୋଇଥିଲା । ଉଭୟ ତୈଳର ଦର ଅଗଷ୍ଟ ୩୧ ପରଠାରୁ ସର୍ବନିମ୍ନ ସ୍ତରରେ ବନ୍ଦ ହୋଇଛି ।ଅନ୍ୟପଟେ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି କଂଗ୍ରେସର ଉଭୟ ସଦନରେ ନିୟନ୍ତ୍ରଣ ହାସଲ କରିଛି। ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ରାଜନୈତିକ ଚାପ ବଢ଼ିଛି। ବିଶେଷଜ୍ଞଙ୍କ ମତରେ, ଇରାନ ସହ ଚାଲିଥିବା ଯୁଦ୍ଧରେ ଆମେରିକାର ସାମରିକ ହସ୍ତକ୍ଷେପ କମିବା ଏବଂ କୂଟନୈତିକ ଆଲୋଚନା ଜରିଆରେ ଶାନ୍ତି ଚୁକ୍ତି ହେବାର ଆଶା ବଢ଼ିଛି । ଏହି ଆଶାରେ ନିବେଶକମାନେ ତୈଳ ବଜାରରୁ ନିବେଶ କମାଉଥିବା କୁହାଯାଉଛି।










