29.1 C
Bhubaneswar
Tuesday, November 3, 2026
Homeଓଡିଶାଛତ୍ରପୁରରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଡକ୍ଟର ମୁକେଶ ମହାଲିଙ୍ଗ

ଛତ୍ରପୁରରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଡକ୍ଟର ମୁକେଶ ମହାଲିଙ୍ଗ

ଛତ୍ରପୁର: ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଓ ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ ନିମନ୍ତେ ଗତକାଲି ଗଞ୍ଜାମଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଙ୍କ ସହ ଉପସ୍ଥିତ ଥିଲେ।

ପ୍ରଥମେ ମନ୍ତ୍ରୀ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ କୋଭିଡ୍‌ କେୟାର ହସ୍ପିଟାଲ ପରିଦର୍ଶନ କରିଥିଲେ। ହସ୍ପିଟାଲର ଭିତ୍ତିଭୂମି, ଉପଲବ୍ଧ ସୁବିଧା, ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଭବିଷ୍ୟତରେ ଏହି ହସ୍ପିଟାଲକୁ ଲୋକଙ୍କ ହିତରେ କିପରି ଉପଯୋଗ କରାଯାଇପାରିବ, ସେନେଇ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ପରେ ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗ୍ରାମରେ ପହଞ୍ଚି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking