26.1 C
Bhubaneswar
Thursday, October 29, 2026
Homeଦେଶ ବିଦେଶକ୍ରେନର ରେଳ ଷ୍ଟେସନରେ ରୁଷର ଡ୍ରୋନ୍ ଆକ୍ରମଣ: ୧୩ ଯାତ୍ରୀ ମୃତ

କ୍ରେନର ରେଳ ଷ୍ଟେସନରେ ରୁଷର ଡ୍ରୋନ୍ ଆକ୍ରମଣ: ୧୩ ଯାତ୍ରୀ ମୃତ

କିଭ୍: ୟୁକ୍ରେନର ଡନିପ୍ରୋ ରେଳ ଷ୍ଟେସନରେ ଗୁରୁବାର ସକାଳେ ରୁଷିଆ ପକ୍ଷରୁ ଏକ ଭୟାବହ ଜେଟ୍-ପାୱାର୍ଡ ଡ୍ରୋନ୍ ଆକ୍ରମଣ କରାଯାଇଛି। ଷ୍ଟେସନର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଏହି ଡ୍ରୋନ୍ ମାଡ଼ ହେବା ଫଳରେ ୧୩ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୟୁକ୍ରେନୀୟ ରେଳବାଇ ପକ୍ଷରୁ ଟେଲିଗ୍ରାମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଡନିପ୍ରୋରୁ ଜାପୋରଜିଆ ଯିବାକୁ ଥିବା ନଂ ୮୬୬ ନିୟମିତ ଇଲେକ୍ଟ୍ରିକ୍ ଟ୍ରେନଟି ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ସମୟରେ ରୁଷର କ୍ଷେପଣାସ୍ତ୍ର ସଦୃଶ ଜେଟ୍ ଡ୍ରୋନ୍ ସିଧାସଳଖ ଆସି ପିଟି ହୋଇଥିଲା।

ବିପଦପୂର୍ଣ୍ଣ ସାଇରନ୍ ବାଜିବା ସତ୍ତ୍ୱେ ଯାତ୍ରୀମାନେ ପ୍ଲାଟଫର୍ମରେ ଉପସ୍ଥିତ ଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗଭୀର କ୍ଷୋଭ ପ୍ରକାଶ କରିବା ସହ ଅନ୍ତର୍ଜାତୀୟ ସମୁଦାୟର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୋସିଆଲ ମିଡିଆ ”ଏକ୍ସ” ରେ ଲେଖି ଜେଲେନସ୍କି ପ୍ରଶ୍ନ କରିଛନ୍ତି ଯେ, କେତେକ ରୁଷୀୟ ଶକ୍ତି କ୍ଷେତ୍ର ଉପରୁ ପ୍ରତିବନ୍ଧକ ହଟାଯିବା ପରଠାରୁ ରୁଷ ନିଜର ଆକ୍ରମଣକାରୀ ମନୋଭାବ କମାଇବା ପରିବର୍ତ୍ତେ ନିରୀହ ଜନସାଧାରଣଙ୍କ ଉପରେ ଆହୁରି କେତେ ଆତଙ୍କବାଦୀ ଆକ୍ରମଣ ଚଳାଇବ? ଅପରପକ୍ଷରେ, ଡନିପ୍ରୋ ମେୟର ବୋରିସ୍ ଫିଲାଟୋଭ୍ ଏହାକୁ ସହର ପାଇଁ ଏକ ବଡ଼ ଟ୍ରାଜେଡ଼ି ବୋଲି କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking