29.1 C
Bhubaneswar
Friday, October 2, 2026
Homeଓଡିଶା'କଳା ଓ କ୍ୟାମେରା' ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କଲେ ସଂସ୍କୃତି ମନ୍ତ୍ରୀ

‘କଳା ଓ କ୍ୟାମେରା’ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘କଳା ଓ କ୍ୟାମେରା- ଫଟୋଗ୍ରାଫି ପ୍ରତିଯୋଗିତା’ ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଟାଞ୍ଜିବୁଲ୍ ହେରିଟେଜ୍‌ ଅଫ୍ ଓଡ଼ିଶା (Tangible Heritage of Odisha), ଇନଟାଞ୍ଜିବୁଲ ହେରିଟେଜ୍‌ ଅଫ୍ ଓଡ଼ିଶା (Intangible Heritage of Odisha), ଏବଂ ଓଡ଼ିଶାର ଲୁପ୍ତପ୍ରାୟ କଳା ଆଦି ୩ଟି ଥିମ୍‌କୁ ଆଧାର କରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ଏହି ୩ଟି ଥିମ୍ ଆଧାରରେ ଫଟୋ ଉଠାଇ ଓଡ଼ିଶା ଲଳିତ କଳା ଏକାଡେମୀକୁ ଫଟୋ ପଠାଇଥିଲେ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀକୁ ୬୦୦ରୁ ଅଧିକ ଫଟୋ ପ୍ରାପ୍ତ ହୋଇଥିଲା। ତନ୍ମଧ୍ୟରୁ ଶ୍ରେଷ୍ଠ ୧୦ଟି ସ୍ଥାନ ହାସଲ କରିଥିବା ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କୃତୀ ପ୍ରତିଭାମାନଙ୍କୁ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବିଜେତାମାନଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଯଥାକ୍ରମେ ୨୫ ହଜାର, ୧୫ ହଜାର ଓ ୧୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଚତୁର୍ଥରୁ ଦଶମ ସ୍ଥାନ ହାସଲ କରିଥିବା ବିଜେତାମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଫଟୋଗ୍ରାଫି ପ୍ରତିଯୋଗିତାରେ
ଶ୍ରୀ ଦେବଦତ୍ତ ବେହେରା (ଫଟୋଗ୍ରାଫି ଶୀର୍ଷକ-ହ୍ଵିସ୍ପର ଅଫ୍ ଦ ମିଷ୍ଟ) ପ୍ରଥମ ସ୍ଥାନ, ଶ୍ରୀ ଅଜୟ ମୋହନ ସାହୁ (ଫଟୋଗ୍ରାଫି ଶୀର୍ଷକ – ପ୍ରତ୍ୟୁଷରେ ମୁକ୍ତେଶ୍ୱର) ଓ ଶ୍ରୀ ଚିନ୍ମୟ କୁମାର ନାୟକ (ଫଟୋଗ୍ରାଫି ଶୀର୍ଷକ – ଭଗବାନଙ୍କ ଉପରେ ବିଶ୍ୱାସ) ଦ୍ଵିତୀୟ ସ୍ଥାନ ଏବଂ ଶ୍ରୀ ଧର୍ମସଂଗ୍ରାମ ଅମାନ୍ତ ତୃତୀୟ ସ୍ଥାନ ହାସଲ କରିଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ଓ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟକୁ ଫଟୋଗ୍ରାଫି ମାଧ୍ୟମରେ ଜୀବନ୍ତ କରିବାର ଏହି ଉଚ୍ଚକୋଟୀର ପ୍ରୟାସ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ଚୟନ କରିବା ପାଇଁ ବିଶିଷ୍ଟ ଫଟୋଗ୍ରାଫର ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଧୀର୍, ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଶ୍ରୀ ଦିଲୀପ କୁମାର, ଶ୍ରୀ ଧୀରସାମନ୍ତ ଓ ଶ୍ରୀ ଆଶିଷ କୁମାର ଜେନାଙ୍କୁ ନେଇ ଏକ ଜୁରୀ କମିଟି ଗଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଜୁରୀ କମିଟିର ସମସ୍ତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଶ୍ରେଷ୍ଠ ବିବେଚିତ ହୋଇଥିବା ଫଟୋଗ୍ରାଫଗୁଡ଼ିକୁ ନେଇ ରବୀନ୍ଦ୍ର ମଣ୍ଡପ ଠାରେ ‘କଳା ଓ କ୍ୟାମେରା – ଆମ କଳା ଆମ ଅସ୍ମିତା’ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଯାହାକୁ ମନ୍ତ୍ରୀ ଶ୍ରୀ ସୂରଜ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ସୂରଜ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖିବା ସହ ସମସ୍ତ କଳାକାରମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking