ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୨, ବିମାନବନ୍ଦର ରୋଡ୍ ସ୍ଥିତ ରାଜାପଡ଼ିଆ ଠାରେ ଆୟୋଜିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରି ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସମାବେଶକୁ ସମ୍ୱୋଧିତ କରି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା ଓ ଭଲ କାମ ପାଇଁ ସର୍ବଦା ଲୋକଙ୍କ ହୃଦୟରେ ରହିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ଲୋକଙ୍କ ହୃଦୟରେ ରହିବ । ଓଡ଼ିଶା ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛି । ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଶୁଣୁ ନାହାନ୍ତି । ପିଲାମାନଙ୍କ ପାଖରେ ପାଠ୍ୟପୁସ୍ତକ ନାହିଁ, ବୟସ୍କ ଲୋକମାନେ ପେନ୍ସନ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ମା’ମାନେ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ରାଜ୍ୟ ସରକାର ମହାପ୍ରଭୁଙ୍କ ରଥଯାତ୍ରାକୁ ମଧ୍ୟ ଠିକ୍ ଭାବେ ପରିଚାଳନା କରିପାରିଲେ ନାହିଁ । ବନ୍ୟା ବିପନ୍ନଙ୍କୁ ରିଲିଫ୍ ପ୍ରଦାନ, ଧାନ କିଣା, ନିଯୁକ୍ତି ପରୀକ୍ଷା ଓ ଆର୍ଥିକ ପରିଚାଳନାରେ ଅବ୍ୟବସ୍ଥା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି ।
ଓଡ଼ିଶାର ଖଣିଜ ସମ୍ପଦ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କେନ୍ଦ୍ର ସରକାର ଖଣିଜ ସମ୍ପଦ ଉପରେ ଥିବା ଓଡ଼ିଶାବାସୀଙ୍କ ଅଧିକାରକୁ ଛଡ଼ାଇ ନେଇଛନ୍ତି । ଏହି ପ୍ରସଙ୍ଗରେ ଓଡ଼ିଶା ସରକାର ଏବଂ ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦମାନଙ୍କ ନିରବତା ସ୍ପଷ୍ଟ କରୁଛି ଯେ, ବିଜେପି ହେଉଛି ଲୋକ ବିରୋଧୀ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଆସିଲେ ସେମାନେ ନିରବ ରହୁଥିବା ବେଳେ ଖଣି ମାଲିକ ମାନଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ ରହୁଛନ୍ତି ।ସେହିପରି ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ହଜାର ହଜାର ଭୁଲ ରହିଛି, କିନ୍ତୁ ସରକାର ଏହି ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଭୁଲ୍ ପରେ ଭୁଲ୍ କରିଚାଲିଛନ୍ତି । ସରକାରଙ୍କ ଏହି ଅକ୍ଷମଣୀୟ ଭୁଲ୍ ପାଇଁ ପିଲାମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ମାନେ ଚିନ୍ତାପ୍ରକଟ କରୁଛନ୍ତି । ରାଜ୍ୟରେ ରାଜସ୍ୱ ସଂଗ୍ରହ ହ୍ରାସ ପାଉଛି ଏବଂ ବଜେଟ୍ରେ ବ୍ୟୟବରାଦ ହୋଇଥିବା ଅର୍ଥକୁ ଠିକ୍ ଭାବେ ବିନିଯୋଗ କରାଯାଉନାହିଁ । ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ରାଜ୍ୟର ଋଣଭାର କ୍ରମାଗତ ଭାବେ ବୃଦ୍ଧି ପାଇବାକୁ ନେଇ ନାନା ପ୍ରଶ୍ନ ଉଠୁଛି ।
ବିଜୁ ବାବୁଙ୍କ ଆଦର୍ଶକୁ ଅନୁସରଣ କରି ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ନିରନ୍ତର ଲଢ଼େଇ କରିଆସିଛି । ଆଗାମୀ ଦିନରେ ଓଡ଼ିଶାର ଅଧିକାର, ସମ୍ମାନ ଓ ବିକାଶ ପାଇଁ ଦଳର ସଂଗ୍ରାମକୁ ଆହୁରି ତୀବ୍ର କରିବାକୁ ବିଜେଡି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆୟୋଜିତ ସମାବେଶକୁ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଶ୍ରୀ ମନ୍ମଥ ରାଉତରାୟ ସମ୍ୱୋଧିତ କରିଥିଲେ । ଶ୍ରୀମତୀ ମଞ୍ଜୁଲତା କହଁର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଜାତା ରାଉତ, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ଶାରଦା ଜେନା, ଶ୍ରୀ ଚିନ୍ମୟ ସାହୁ, ଇପ୍ସିତା ସାହୁ, ଶ୍ରୀ ରଘୁନାଥ ସାହୁ, ଶ୍ରୀମତୀ ସୁମିତ୍ରା ଜେନା, ଡ଼ ଗୀତା ବସ୍ତିଆ, ଶ୍ରୀମତୀ ମଞ୍ଜୁଳା କହଁର, ଡ଼ ଲେନିନ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ଅମିୟ ଦାସ, ଶ୍ରୀ ସୁବାସ ପାତ୍ର, ଶ୍ରୀ ପ୍ରତାପ ରାଉତ, ଶ୍ରୀ ସଞ୍ଜୟ ସେଠୀ, ଶ୍ରୀ ମିକୁ ପ୍ରଧାନ, ଶ୍ରୀମତୀ ଇତିଶ୍ରୀ ଜେନା, ଶ୍ରୀମତୀ ଇଲା ସ୍ୱାଇଁ, ଶ୍ରୀମତୀ ରୁନୁ ଜେନା, ଶ୍ରୀ ଶ୍ରୀଧର ବେହେରା, ଶ୍ରୀମତୀ ମହାମାୟା ସ୍ୱାଇଁ, ଶ୍ରୀମତୀ ପୁଷ୍ପା ରାଉତ, କେ. ଶାନ୍ତି, ଶ୍ରୀମତୀ ପଦ୍ମଜା ଜେନା, ଶ୍ରୀ ନୃପେଶ ନାୟକ, ଶ୍ରୀ ଶିବ ପ୍ରସାଦ ବେହେରା, ଶ୍ରୀ ଶିବ ନାରାୟଣ ରାୟ, ଶ୍ରୀ ଚନ୍ଦ୍ରଶେଖର ମଲ୍ଲିଆ, ଶ୍ରୀ କିରଣ ମାଝୀ,
ଶ୍ରୀ ସନ୍ତୋଷ ସିଂହ, ଶ୍ରୀ ହୃଦୟ ବଲ୍ଲଭ ସାମନ୍ତରାୟ, ଶ୍ରୀ ଅଶ୍ୱିନୀ ସୁନ୍ଦରାୟ, ସାକିବା ମୁସାରତ, ଶ୍ରୀମତୀ ଛବି ଦାସ, ଶ୍ରୀ ଅଜିତ ବେହେରା, ଶ୍ରୀ ଭାରତ ଲେଙ୍କା, ଶ୍ରୀମତୀ ରଞ୍ଜୁଲତା ରାୟ, ଶ୍ରୀମତୀ ପୁଷ୍ପାଞ୍ଜଳି ସେଠୀ, ଶ୍ରୀମତୀ ପୂଜା ବେହେରା, ଶ୍ରୀ ମିହିର କୁମାର ରାଉତ, ଶ୍ରୀମତୀ ଭାରତୀ ସିଂହ, ଡଃ ସନ୍ତୋଷ ବେଜ, ଶ୍ରୀ ଆଦିକନ୍ଦ ରାଉତ, ଶ୍ରୀ ଜିତେନ୍ଦ୍ର ନନ୍ଦ, ଶ୍ରୀ ସୁଜିତ ସ୍ୱାଇଁ, ଶ୍ରୀ ସଞ୍ଜୁ ମହାନ୍ତି, ଶ୍ରୀ ରମାନାଥ ସାମନ୍ତରାୟ, ଏସ୍.କେ. ଆମିର ଏବଂ ଶ୍ରୀମତୀ ଏଲିନା ସାମନ୍ତରାୟଙ୍କ ସମେତ ନିର୍ବାଚିତ ପ୍ରତିନିଧି, ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।










