ପୁରୀ: ମାଛ ଧରୁଥିବା ବେଳେ ଚାଲିଗଲା ଜୀବନ । ଚିଲିକା ଭିତରେ ମାଛ ଧରୁଥିବା ବେଳେ ଚାଲି ଯାଇଛି ମତ୍ସ୍ୟଜୀବୀଙ୍କ ଜୀବନ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଳାକୁଦା ଗାଁ ରେ ଘଟିଛି ଅଘଟଣ । ପ୍ରବଳ ବର୍ଷା ପବନ ବେଳେ ଡଙ୍ଗାରୁ ଖସି ପଡ଼ିଥିଲେ ୫୫ ବର୍ଷୀୟ ମୂଲିଆ ପରିଡ଼ା। ରାତି ଅନ୍ଧାରରେ କିଛି ଜଣା ପଡ଼ି ନଥିଲା । ଏବେ ଘର ଲୋକେ ଖୋଜିବା ପରେ ଘଟଣା ଜଣା ପଡ଼ିଥିଲା ।କିଛି ସମୟ ପରେ ମୃତଦେହ ଚିଲିକା ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନିତ ମତ୍ସ୍ୟଜୀବୀ । ଭୟଙ୍କର ପବନ ଓ ବର୍ଷା ତାଙ୍କ ପାଇଁ କାଳ ସାଜିଥିଲା। ଏବେ ତାଙ୍କ ମୃତଦେହକୁ ଉଦ୍ଧାର କରି ଡଙ୍ଗାରେ ରଖିଛନ୍ତି ସ୍ଥାନୀୟ ଲୋକେ ।










