ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ବ୍ରିଟ କଲୋନୀ ଅଂଚଳରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସର୍ବେଶ୍ୱର ପ୍ରଧାନ ନାମକ ଜଣେ ଯୁବକ ନିଜ ପତ୍ନୀଙ୍କୁ ତାୱାରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ନାମ ବନସ୍ମିତା ସ୍ୱାଇଁ । ଖବର ପାଇ ନୂଆପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି । ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ସ୍ୱାମୀ ଓ ସ୍ତ୍ରୀଙ୍କ ମୁଣ୍ଡକୁ ପିଟିଦେବାରୁ ସ୍ତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଉଭୟ ଦେଢବର୍ଷ ତଳେ ପ୍ରେମ ବିବାହ କରିଥିବା ବେଳେ ସେମାନଙ୍କର ୪ ମାସର ଏକ ଶିଶୁ କନ୍ୟା ରହିଛି ।









