ଭୁବନେଶ୍ୱର: ଗତକାଲି ରାତି ୧୨:୧୫ରେ ଭୁବନେଶ୍ୱରରେ ପହଞ୍ଚିଥିଲା ପାର୍ଥିବ ଶରୀର । ପ୍ରଥମେ ମଧ୍ୟପ୍ରଦେଶରୁ ଆମ୍ବୁଲାନ୍ସ ଯୋଗେ ଜୟଦେବବିହାର ବାସଭବନରେ ପହଞ୍ଚିବା ପରେ ସେଠାରେ ପରିବାରଲୋକେ ସମସ୍ତ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରିଥିଲେ । ତାପରେ ସେଠାରୁ ଭୁବନେଶ୍ୱର ମହାନଗର ନିଗମର ମହାପ୍ରୟାଣ ଗାଡ଼ି ଯୋଗେ ମୃତ ଶରୀର ମାନଙ୍କୁ ନିଜ ପୈତୃକ ଗାଁ ଗାଡକଣରେ ଅନ୍ତିମ ଦର୍ଶନ ଏବଂ ଶେଷରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା । ପାର୍ଥିବ ଶରୀର ପହଞ୍ଚିବା ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ହୋଇଯାଇଥିଲା । ଭୁବନେଶ୍ୱର ଜୟଦେବ ବିହାରରେ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଓଡ଼ିଶାରୁ ୭ ଜୀବନ ଯିବା ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଘରଲୋକଙ୍କୁ ଭଗବାନ ଶକ୍ତି ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷୋଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି ସରକାର ବୋଲି ସେ କହିଥିଲେ । ସେହିଭଳି ସମସ୍ତ ପାର୍ଥିବ ଶରୀରଙ୍କୁ ଅନ୍ତିମ ଦର୍ଶନ କରି ପୁଷ୍ପମାଳା ପ୍ରଦାନ କରିଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ ।










