29.1 C
Bhubaneswar
Sunday, September 20, 2026
Homeଓଡିଶାରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନେତୃତ୍ୱ ବିକାଶ ମିଶନ ବୈଠକ   

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନେତୃତ୍ୱ ବିକାଶ ମିଶନ ବୈଠକ   

ଭୁବନେଶ୍ୱର: ରବିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଦ୍ୱାରା ‘ନେତୃତ୍ୱ ବିକାଶ ମିଶନ” ଅନ୍ତର୍ଗତ ଏକ ଆଲୋଚନା ଚକ୍ର ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ଚକ୍ର ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଅଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ରାଷ୍ଟ୍ରୀୟ ସଂଯୋଜକ ତଥା କର୍ଣ୍ଣାଟକାର ପୂର୍ବତନ ଏମଏଲସି ଶ୍ରୀ ଆର. ଧର୍ମସେନା ଏହି ଆଲୋଚନା ଚକ୍ରରେ ଯୋଗଦେଇ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସର ସରକାର ନିଶ୍ଚିତ ଭାବେ ଗଠିତ ହେବ ଓ ସମସ୍ତ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ବିଧାନସଭା ଓ ଲୋକସଭା ଆସନରୁ କଂଗ୍ରେସ ଦଳ ନିଶ୍ଚିତ ଭାବେ ବିଜୟୀ ଲାଭ କରି ଆଗାମୀ ଦିନରେ ଜନନାୟକ ରାହୁଲ ଗାନ୍ଦୀଙ୍କ ନେତୃତ୍ୱରେ ଭାରତ ବର୍ଷରେ କଂଗ୍ରେସ ସରକାର ଗଠିତ ହେବବୋଲି ଦୃଢ଼ୋକ୍ତି କରିଥିଲେ ।

ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ପୂର୍ବତନ ସାଂସଦ ମୂରଲୀଧର ଜେନା, ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ବିଭାଗର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, କର୍ଣ୍ଣାଟକର ଯୁବନେତା ମଲେଶ ବୋମାନେଲୁ, ପ୍ରବକ୍ତା କର୍ଣ୍ଣାଟକ ପିସିସି, ଯଜାତି କେଶରୀ ନାୟକ, ଆଦିବାସୀ ବିଭାଗର ସାଧାରଣ ସମ୍ପାଦକ ମୋଟରାଜ ଡୁଙ୍ଗଡୁଙ୍ଗ, ଯାଜପୁର ଜିଲ୍ଳା କଂଗ୍ରେସ ସଭାପତି ମାଗୁଣି ଜେନା, ପ୍ରତିମା ମଲ୍ଲିକ, ଜାନକୀ ମଲ୍ଲିକ, କ୍ଷୀରୋଦ ଚନ୍ଦ୍ର ପାତ୍ର, ଆଶିଷ ମଲ୍ଲିକ, ସୁରେନ୍ଦ୍ର କୁମାର ଦାସ, କାମଦେବ ବେହେରା, ଶ୍ରୀବତ୍ସ ମଲ୍ଲିକ, ରାଜେନ୍ଦ୍ର ଜେନା, ପ୍ରକାଶ ଜେନା, ପ୍ରମୋଦ ମଲ୍ଲିକ, ସଚିଦାନନ୍ଦ ନାୟକ, ନିମାଇଁ ଜେନା, ଭଦ୍ରକ ଜିଲ୍ଲା ଅଧ୍ୟକ୍ଷ ବିଦ୍ୟାଧର ଜେନା, ବାଲେଶ୍ୱର ଜିଲ୍ଲା ଅଧ୍ୟକ୍ଷ ବିଧାନ ଜେନା, କଟକ ଜିଲ୍ଲା ଅଧ୍ୟକ୍ଷ ପ୍ରତାପ ମଲ୍ଲିକ, ପୁରୀ ଜିଲ୍ଳା ଅଧ୍ୟକ୍ଷ ଗୋବିନ୍ଦ ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା ଅଧ୍ୟକ୍ଷ କାର୍ତ୍ତିକ ମଲ୍ଲିକ, ପୁରୀ ସହର ଅଧ୍ୟକ୍ଷ କୁଶ ସେଠୀ, ବିଭାଗର ସାମାଜିକ ଗଣମାଧ୍ୟମ କର୍ମକର୍ତ୍ତା ଇମ୍ରାନ ଅଲ୍ଲି ଖାନ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking