33.1 C
Bhubaneswar
Friday, September 18, 2026
Homeଦେଶ ବିଦେଶପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର କଡ଼ା ପଦକ୍ଷେପ!

ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର କଡ଼ା ପଦକ୍ଷେପ!

ନୂଆଦିଲ୍ଲୀ: ପାକିସ୍ତାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବ ଦେଖାଦେଇଛି । ଫଳସ୍ୱରୂପ ସରକାର ଅନେକ କଠୋର ପଦକ୍ଷେପ ନେଇଛନ୍ତି । ରାଜଧାନୀ ଇସଲାମାବାଦରେ ସମସ୍ତ ବଜାର, ଦୋକାନ, ସପିଂ ମଲ୍ ଏବଂ ତେଜରାତି ଦୋକାନ ପାଇଁ କଟକଣା ଜାରୀ କରାଯାଇଛି । ବିବାହ କାର୍ଯ୍ୟକ୍ରମକୁ ନେଇ ମଧ୍ୟ କଠୋର ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଗୁଡ଼ିକ ଏଣିକି ରାତି ୧୦ଟାରେ ବନ୍ଦ କରିବାକୁ ପଡିବ ।ବିବାହରେ କେବଳ ଖାଦ୍ୟ ପରିବେଷଣ କରାଯିବ, କୌଣସି ନାଚ, ଗୀତ କି ଉତ୍ସବ ପାଳନ କରାଯିବ ନାହିଁ । ଆମେରିକା-ଇରାନ ଯୁଦ୍ଧ ଦ୍ୱାରା ବିଶ୍ୱର ଅନେକ ଦେଶ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି, ଯେଉଁଥିରେ ପାକିସ୍ତାନ ମଧ୍ୟ ସାମିଲ । ପାକିସ୍ତାନ ଏକ ଗମ୍ଭୀର ଇନ୍ଧନ ସଙ୍କଟ ଦେଇ ଗତି କରୁଥିବା ବେଳେ ଇନ୍ଧନ ସଂରକ୍ଷଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି । ସରକାରୀ ଯାନଗୁଡ଼ିକୁ ଏବେ କେବଳ ୫୦% ଇନ୍ଧନ ଯୋଗାଇ ଦିଆଯିବ ।ନୂତନ ସରକାରୀ ଯାନ କିଣିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।ଏହି ନିୟମଗୁଡ଼ିକ ଇସଲାମାବାଦ ସମେତ ଅନେକ କ୍ଷେତ୍ରରେ ଲାଗୁ କରାଯାଇଛି । ସେହିପରି ପାକିସ୍ତାନ ସରକାର ସଂଘୀୟ ସରକାରୀ କର୍ମଚାରୀମାନଙ୍କୁ ତିନି ମାସ ପାଇଁ ବିଦେଶ ଯାତ୍ରା କରିବାକୁ ନିଷେଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking