30.1 C
Bhubaneswar
Monday, September 14, 2026
Homeଦେଶ ବିଦେଶନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଫିଲିପାଇନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍‌. ମାର୍‌କୋସ୍ ଜୁନିୟର୍‌ଙ୍କୁ ଭେଟିଛନ୍ତି । ବର୍ତ୍ତମାନର ଆସିଆନ୍ ଅଧ୍ୟକ୍ଷ ଭାବରେ ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ପ୍ରତିରକ୍ଷା ଓ ସୁରକ୍ଷା, ବାଣିଜ୍ୟ ଓ ନିବେଶ, ମହାକାଶ, ରେଳ ଭିତ୍ତିଭୂମି, ଫିନ୍‌ଟେକ୍‌, ଶିକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ନବାଚାର ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର ଓ ବ୍ୟାପକ କରିବାକୁ ସହମତ ହୋଇଥିଲେ । ଅଗଷ୍ଟ ୨୦୨୫ରେ ରାଷ୍ଟ୍ରପତି ମାର୍‌କୋସଙ୍କ ଭାରତ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ସ୍ଥାପିତ ରଣନୀତିକ ଭାଗୀଦାରୀ ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବାକୁ ଉଭୟ ନେତା ସହମତ ହୋଇଥିଲେ । ବିପର୍ଯ୍ୟୟ-ସହନଶୀଳ ଭିତ୍ତିଭୂମି ପାଇଁ ମେଣ୍ଟରେ ଯୋଗଦେବାକୁ ଫିଲିପାଇନ୍ସର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସହିତ ଜଡିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତାମତ ଆଦାନ ପ୍ରଦାନ କରିଥିଲେ ଏବଂ କୌଶଳଗତ ଭାଗୀଦାରୀର ସମସ୍ତ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking