30.1 C
Bhubaneswar
Sunday, September 13, 2026
Homeଓଡିଶାସିଏଜି ରିପୋର୍ଟରେ ମୋଦି ସରକାରଙ୍କର ଯୋଜନା ପ୍ରଣୟନକୁ ନେଇ ଗମ୍ଭୀର ପ୍ରଶ୍ନ : କଂଗ୍ରେସ

ସିଏଜି ରିପୋର୍ଟରେ ମୋଦି ସରକାରଙ୍କର ଯୋଜନା ପ୍ରଣୟନକୁ ନେଇ ଗମ୍ଭୀର ପ୍ରଶ୍ନ : କଂଗ୍ରେସ

ଭୁବନେଶ୍ୱର: ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ସରକାର ପୂର୍ବ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ କଂଗ୍ରେସ ଦେଶରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହିଁ ବୋଲି ବାରମ୍ବାର ଉଚ୍ଚାଟ ଭାଷଣ ଦେଉଥିବା ନରେନ୍ଦ୍ର ମୋଦିଙ୍କ ସରକାରର ପୋଲ ସିଏଜି ରିପୋର୍ଟରେ ଖୋଲାସ କରିଛନ୍ତି । ଆଜି ରାଜ୍ୟ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ମୋଦି ସରକାରଙ୍କ ଦୀର୍ଘ ୧୨ ବର୍ଷର ଶାସନ କାଳ ମଧ୍ୟରେ କେବଳ ମିଛି ପ୍ରଚାର ଓ ପ୍ରତାରଣା ଛଡ଼ା ଦେଶବାସୀଙ୍କୁ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ ଏବଂ ବାକିତକ ଦିନରେ ମିଳିବ ନାହଁ । ଶ୍ରୀ ମହାନ୍ତି କହିଲେ ଯେ କେନ୍ଦ୍ର ସରକାର ଉଡାନ ଯୋଜନା ବହୁ ଆଡମ୍ବରରେ ପ୍ରଣୟନ କଲେ । ଏହାଦ୍ୱାରା ରାଜ୍ୟର ବିଭିନ୍ନ ଆଞ୍ଚଳିକ କେନ୍ଦ୍ରକୁ ବିମାନ ଯାତ୍ରା ମାଧ୍ୟମରେ ସଂଯୋଗ କରିବାର ବାଟ ଫିଟିବ ବୋଲି କୁହାଯାଇଥିଲା । ଏହି ଯୋଜନା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ହେବ । ନିଯୁକ୍ତି ସୃଷ୍ଟି ହେବା ସହିିତ ସେ ଅଞ୍ଚଳର ବିକାଶ ହେବ ବୋଲି କୁହାଯାଇଥିଲା । ଏହି ଉଡ଼ାନ ଯୋଜନାରେ କେନ୍ଦ୍ର ସରକାର ୭୭୪ ଟି ରୁଟରେ ବିମାନ ଚଳାଚଳ ପାଇଁ ପରମିଶନ ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କର ତିନିବର୍ଷର ବାଧ୍ୟତାମୂଳକ କନସେସନ ପିରିୟଡ଼ ପରେ ଏବେ ମାତ୍ର ୫୪ଟି ରୁଟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ଯାହାକି ମାତ୍ର ୭ ପ୍ରତିଶତ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯୋଜନା ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ୪୦୩ ଟି ରୁଟରେ ଏହାର ଶୁଭାରମ୍ଭ ମଧ୍ୟ ହୋଇପାରିଲା ନାହିଁ । ଏହି ଯୋଜନାରେ ୬୦୦ କୋଟିରୁ ଅଧିକ ଟଙ୍କା ବିନା ଉପଯୋଗରେ ପଡ଼ିରହିଛି । ଠିକ ସେହିଭଳି ଭାବରେ ୨୦୧୫ ମସିହା ଜୁନ ୨୫ ତାରିଖ ଦିନ ସ୍ମାର୍ଟସିଟି ମିଶନ ଘୋଷଣା କଲେ । ଘୋଷଣାର ୧୧ ବର୍ଷ ପରେ ଆଜି ଭାରତ ବର୍ଷରେ ଯେଉଁ ୧୦୦ ଟି ସହରକୁ ସ୍ମାଟସିଟିର ମାନ୍ୟତା ଦିଆଯାଇଥିଲା ତାହାର ସ୍ଥିତି ଅତ୍ୟନ୍ତ ଦୁର୍ବଳ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ସ୍କିମରେ ୧ଲକ୍ଷ ୬୪ ହଜାର ବଜେଟ ରାଶିରୁ ୧ଲକ୍ଷ ୫୧ ହଜାର ୩ଶହ ୬୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହିସବୁ ସ୍ମାଟସିଟିରେ ଯେଉଁ ସବୁ ସମ୍ପତ୍ତି ସୃଷ୍ଟି କରାଯାଇଛି ତାହା ଅତ୍ୟନ୍ତ ନିମ୍ନମାନର ଓ ଏହା କାର୍ଯ୍ୟକ୍ଷମ ନୁହେଁ । ଏହି ଯୋଜନାର ପର୍ଯ୍ୟାପ୍ତ ପରିମାଣର ଅର୍ଥରାଶି ଯୋଜନା ବାହାରେ ଖର୍ଚ୍ଚ କରାଯାଇଛି । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ସାଇକେଲ କିଣାଯାଇଥିଲା ତାହାର କିଛି ପତ୍ତା ମିଳୁନାହିଁ । ଟ୍ରାଫିକ ପରିଚାଳନା ଓ ୱାଇଫାଇ ଯେଉଁ ଯନ୍ତ୍ରାଂଶ ଲଗାଯାଇଥିଲା ତାହା କାର୍ଯ୍ୟକାରୀ କରୁନାହିଁ ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି । ଏହି ସ୍କିମର ଏକ ବୃହତ ଅଂଶ ରାଜନୈତି ଦଳମାନଙ୍କର ପ୍ରଚାର ପ୍ରସାର ଗାଡ଼ି କିଣିବା ଓ ଷ୍ଟାଫମାନଙ୍କ ସାଲାରି କିଣିବାରେ ଖର୍ଚ୍ଚ କରାଯାଇଛି । ଯାହାକି ଏହି ଯୋଜନାରେ ଅର୍ନ୍ତଭୁକ୍ତ ନଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଭଳି ୪୪ ଟି ପ୍ରକଳ୍ପକୁ ଏହି ସ୍ମାଟସିଟି ସ୍କିମରେ କାର୍ଯ୍ୟକାରୀ କରାଯାଇଛି ଯାହାରକି ଅନୁମୋଦନ ନଥିଲା । ସିଏଜି ତାଙ୍କ ରିପୋର୍ଟରେ ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣକୁ ନେଇ ଘୋର ଉଦବେଗ ପ୍ରକାଶ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କାର୍ଯ୍ୟାନୟନ ଦିନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଲାପରେ ମଧ୍ୟ ମାତ୍ର ଭାରତ ବର୍ଷର ୧୭ ପ୍ରତିଶତ ଗ୍ରାମାଞ୍ଚଳର ପରିବାରବର୍ଗଙ୍କୁ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଯାଇଛି । ଆଜି ପର୍ଯ୍ୟନ୍ତ ଭାରତବର୍ଷର ୮୩ ପ୍ରତିଶତ ପରିବାରକୁ ସ୍ୱଚ୍ଛ ପାନୀୟଜଳ ଯୋଗାଇବାରେ ସରକାର ଅସମର୍ଥ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ବହୁ ଦୁର୍ନୀତି ହୋଇଥିବା କଥା ସେ ସିଧାସଳଖ ପ୍ରକାଶ କରିଛନ୍ତି । ସିଏଜି ତାଙ୍କ ରିପୋର୍ଟ ନମ୍ବର ୨୦ ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୨ ଓ ୩ ରେ ୯୦ଲକ୍ଷ ଟ୍ରେନିଂ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଷ୍ଟାଇପେଣ୍ଟ ପାଇବା ପାଇଁ ଦିଆଯାଇଥିଲା ସେଥିରୁ ୯୪.୫୩ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଡମି, ଇନଭାଲିଡ, ମିସିଂ ଇନଫରମେସନ ଅଟେ । ଏପରିକି ହଜାର ହଜାର ବ୍ୟାଙ୍କ ଆକାଉଣ୍ଟର ନମ୍ବର ସମାନ ଥିଲା, ଯଥା ୧୧୧୧୧୧୧ । ଖାଲି ସେତିକି ନୁହେଁ ବହୁ ଡୋମି ଟ୍ରେନିଙ୍କ ନାମ ଦିଆଯାଇଥଲା । ଜଣେ ବ୍ୟକ୍ତିର ଫଟୋ ଓଡ଼ିଶାରେ ଯଦି ଟ୍ରେନିଂ ନେଉଥିବା ବେଳେ ସେହି ଫଟୋ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାନା ଓ ଉତ୍ତର ପ୍ରଦେଶରେ ଟ୍ରେନିଂ ନେଉଥିବାର ମଧ୍ୟ ଫଟୋ ଲଗାଯାଇଥିଲା । ଯେଉଁ ସଂସ୍ଥାମାନଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଥିଲା ସେ ଇନିଷ୍ଟିଚ୍ୟୁସନ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଆବଶ୍ୟକୀୟ ଭିର୍ତ୍ତିଭୂମି ଓ ଶିକ୍ଷକମଧ୍ୟ ନଥିଲେ । ବହୁ ସଂସ୍ଥାର ଜିଆଇ ଟେଗିଂ ହୋଇନଥିଲା । ବହୁ ଇନିଷ୍ଟିଚ୍ୟୁସନ ମାନେ କେବଳ ଭିଜିଟ ସମୟରେ ଖୋଲାଯାଉଥିଲା ବାକି ସମୟ ବନ୍ଦ ରହୁଥିଲା । ଏହି ଯୋଜନାରେ ମାତ୍ର ୪୧ ପ୍ରତିଶତ ଯୁବକ ଯୁବତୀଙ୍କୁ କମ ଦରମାରେ ନିଯୁକ୍ତି ମିଳୁଥିଲା ବେଳେ ଉଚ୍ଚ ଦରମାର ମାତ୍ର .୫% ନିଯୁକ୍ତି ମିଳିଛି । ଏପରିକି ଏହି ତାଲିମ ପ୍ରାପ୍ତମାନେ ଶିଳ୍ପ ସଂସ୍ଥା ମାନଙ୍କର ଆବଶ୍ୟକତାକୁ ପୂରଣ କରିବାର ସାମର୍ଥ୍ୟ ନଥିଲେ । ଏହି ସବୁ ଯୋଜନାରେ କେନ୍ଦ୍ର ସରକାରଙ୍କର ହଜାର ହଜାର କୋଟି ଟଙ୍କା ଲୁଟପାଟ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେର ବରିଷ୍ଠ ନେତା ଓ ମୁଖପାତ୍ର ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking