29.1 C
Bhubaneswar
Thursday, September 10, 2026
Homeଦେଶ ବିଦେଶକାଲିଠୁ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

କାଲିଠୁ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ନୂଆଦିଲ୍ଲୀ  : କାଲିଠୁ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ । ସରକାର ସହିତ ଆଲୋଚନା ବିଫଳ ହେବାରୁ ବ୍ୟାଙ୍କ ସଂଘଗୁଡ଼ିକ ଦେଶବ୍ୟାପୀ ଧର୍ମଘଟ କରିବେ । ସପ୍ତାହରେ ୫ ଦିନ କାର୍ଯ୍ୟ ଦାବିରେ ଆନ୍ଦୋଳନ ଡାକରା ଦେଇଛନ୍ତି ୭ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସେମାନଙ୍କର ମୁଖ୍ୟ ଦାବି ଉପରେ ଅନୁକୂଳ ନିଷ୍ପତ୍ତି କିମ୍ବା ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ନହେବା ପର୍ଯ୍ୟନ୍ତ ସେମାନେ ଧର୍ମଘଟ ସ୍ଥଗିତ ରଖିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଏବଂ ଶ୍ରମ ଅଧିକାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ ସଂଘ । ନୂଆଦିଲ୍ଲୀରେ ୧୧-୧୩ ସେପ୍ଟେମ୍ବରରେ ହେବାକୁ ଥିବା ବ୍ରିକ୍ସ ନେତା ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସଂଘଗୁଡ଼ିକୁ ଧର୍ମଘଟ ଡାକରା ପୁନର୍ବିଚାର କରିବାକୁ ସରକାର ଅନୁରୋଧ କରିଥିଲେ। ଦେଶର ସବୁଠାରୁ ବଡ଼ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇଛି ଯେ ଏହା ୧୧ ସେପ୍ଟେମ୍ବର ଧର୍ମଘଟର ନୋଟିସ୍ ପାଇଛି। SBI କହିଛି ଯେ ଧର୍ମଘଟ ଦିନ ଏହାର ଶାଖା ଓ କାର୍ଯ୍ୟାଳୟଗୁଡ଼ିକର ସାଧାରଣ କାର୍ଯ୍ୟ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିଛି, ତଥାପି ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ପ୍ରଭାବିତ ହୋଇପାରେ ବୋଲି ସତର୍କ କରିଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ଇଉନିୟନ୍ସ( UFBU) ସହ ସାତଟି ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଧର୍ମଘଟରେ ସାମିଲ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking