ଭୁବନେଶ୍ୱର: ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଚାଲାଣରେ ଯିଏ ସମ୍ପୃକ୍ତ ଥିବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋଟେ ଗୋଟେ ଗାଡି ଆସି ୧୫ ମିନିଟ ରହି ପଳେଇଲା , ତଦନ୍ତ ଚାଲିଛି । ସ୍ଥାନୀୟ ଲୋକଙ୍କୁ ପଚରା ଯାଉଛି । ଗାଁ ଲୋକଙ୍କ ବି ସାହାଯ୍ୟ ନିଆଯାଉଛି । ନ୍ୟାସନାଲ ଜୁ ଅଥରିଟିକୁ ଚିଠି ଲେଖା ଯାଇଛି, ସେମାନେ ଆସିବେ । ଏଠିକାର ପାଣିପାଗ ତଦାରଖ କରିବା ପରେ ନିଷ୍ପତ୍ତି ନିଆଯିବ । ଓରାଙ୍ଗଉଟାନ ଏଠି ରହିଲେ ନନ୍ଦନକାନନର ଶୋଭା ବଢିବ ।










