ଭୁବନେଶ୍ୱର: ଏମଏମଡିଆରକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ପରେ ଏବେ ବିଜେଡିର ପ୍ରତିବାଦ । ଆଇନ ପ୍ରତିହାର ଦାବିରେ ବିଜେଡି ଲୋକଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏବଂ ବିକ୍ଷୋଭରେ ସାମିଲ ହୋଇଛନ୍ତି ଦଳର ବହୁ ନେତା, ବିଧାୟକ, କର୍ପୋରେଟର, କର୍ମୀ । ଖଣିକୁ ନେଇ ରାଜ୍ୟର ଅଧିକାର ଛଡାଇନେବାକୁ କେନ୍ଦ୍ର ସରକାର ଯେଉଁ ଷଡଯନ୍ତ୍ର କରିଛନ୍ତି ବିଜେଡି ତାହା କରିବାକୁ ଦେବ ନାହିଁଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଗକୁ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି । ସୂଚନା ଥାଉକି, ଏମଏମଡିଆର ବିଲକୁ ନେଇ ଗତକାଲି କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲା । ଆଜି ବିଜେଡି ପକ୍ଷରୁ ପ୍ରଦର୍ଶନ କରାଯାଉଛି । ଏମଏମଡିଆର ବିଲକୁ ବିରୋଧ କରୁଛି ବିଜୁ ଜନତା ଦଳ । ପୂର୍ବରୁ ପ୍ରେସମିଟ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦଳ ପକ୍ଷରୁ ଏହାକୁ ବିରୋଧ କରି କହିଛନ୍ତି, ରାଜ୍ୟ ସରକାର ବିଲ ପ୍ରତ୍ୟାହାର କରିବା ନେଇ ସ୍ୱର ଉତ୍ତୋଳନ କରନ୍ତୁ । ଏବଂ ଏହାକୁ ନେଇ କେନ୍ଦ୍ର ନିକଟରେ ଦାବି ରଖନ୍ତୁ ବରିଷ୍ଠ ନେତା ଏବଂ ବିଧାୟକ ଆଜି ବିଜୁ ଜନତା ଦଳର ଏହି ବିରୋଧ ପ୍ରଦର୍ଶନରେ ସାମିଲ ଥିବା ନେଇ ଦେଖିବାକୁ ମିଳିଛି । କିନ୍ତୁ ବଡକଥା କି, ବିରୋଧୀଙ୍କ ବିରୋଧ ସରକାରଙ୍କ ଉପରେ ଚାପ ପକାଇପାରିବ କି ?










