30.1 C
Bhubaneswar
Wednesday, September 9, 2026
Homeଓଡିଶାସାମାଜିକ ସଚେତନତା କାର୍ଯ୍ୟକ୍ରମ ଓ କୁଇଜ ପ୍ରତିଯୋଗିତା

ସାମାଜିକ ସଚେତନତା କାର୍ଯ୍ୟକ୍ରମ ଓ କୁଇଜ ପ୍ରତିଯୋଗିତା

ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ରମାଦେବୀ ମହିଲା ବିଶ୍ଵ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପ ପ୍ରଦାନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟ, ଉଚ୍ଚ ଶିକ୍ଷା ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ସମ୍ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଆୟୁକ୍ତ ଯୋଗ ଦେଇ କହିଥିଲେ ଅନେକ ସମୟରେ ଶାରୀରିକ ଭାବରେ ଠିକ ଥିଲେ ମଧ୍ୟ ମାନସିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆମେ ଅଭିନ୍ନ ଅଛୁ, ଯାହା ବେଳେବେଳେ ଆମକୁ ଜଣା ପଡ଼ିନଥାଏ । ଆଜିକାର ଏହି କୁଇଜ ପ୍ରତିଯୋଗିତା ଏକ ପ୍ରତିଯୋଗିତା ନୁହେଁ । ଏହା ଏକ ସଚେତନତା କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୂଳପତି, ପ୍ରଫେସର ଜ୍ୟୋସ୍ନା କେ.ଭି. ରାଉତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, କୌଣସି କାମ ବ। ସମସ୍ୟାର ସମାଧାନ କରିବାକୁ ହେଲେ ଆମକୁ ଧୌର୍ଯ୍ୟର ସହ କାମ କରିବା ହେବ । ଯାହା ସମସ୍ତଙ୍କ ପାଖରେ ସମ୍ଭବ ହୋଇ ନଥାଏ । ବିଶେଷ କରି ସେମାନଙ୍କ ପାଖରେ ଥାଏ ଯେଉଁମାନେ ସମାଜକୁ ଦେଇ ଚାଲିଛନ୍ତି ଏବଂ ଦେଇ ଚାଲିବେ । ତେଣୁ ଏହି ଦିବସ ବହୁ ସ୍ମରଣୀୟ ଦିବସ । ଆଜିର ଏହି ସ୍ମରଣୀୟ ଦିବସରେ ମୋତେ କିଛି କହିବାର ସୁଯୋଗ ଦେଇଥିବାରୁ ଏବଂ ବିଭିନ୍ନ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସି ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ହୋଇଥିବାରୁ ମୁଁ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଏବଂ ଡଃ ସରୋଜା ଲକ୍ଷ୍ମୀ ସିଂ ମାଡାମଙ୍କୁ ଧନ୍ୟବାଦ ଦେଇ ବକ୍ତବ୍ୟ ଶେଷ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ, ଡଃ ସରୋଜ ଲକ୍ଷ୍ମୀ ସିଂହ ଯୋଗଦେଇ କହିଥିଲେ ଭିନ୍ନକ୍ଷମମାନେ ବିଭିନ୍ନ ଭାବରେ ସକ୍ଷମ । ସେମାନେ ଶିକ୍ଷା, ସ୍ଵାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ମଧ୍ୟ ସେମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଏବଂ ରାଜ୍ୟ ପାଇଁ ମଧ୍ୟ ସୁନାମ ଆଣି ପାରିଛନ୍ତି । ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ଓଏସଡି ଶ୍ରୀ ଦେବୀ ପ୍ରସାଦ ବାରିକ ଯୋଗଦେବା ସହ ନିଜର ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀ, ବିଶ୍ଵ ବନ୍ଦିତା ସଙ୍ଗୀତ ପରିବେଷଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ବିହୁ ନାଚ ପ୍ରଦର୍ଶନ କରିଥିଲେ । ଏହି ଛାତ୍ରୀ ଦ୍ଵୟଙ୍କୁ ଫୁଲ ତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀ ରାଜ କିଶୋର ଶର୍ମା, ଗବେଷକ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଓ ଅଧିନିୟମ ୨୦୧୬ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଗୃପ କରି କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କୁଇଜ୍ ପ୍ରତିଯୋଗିତାର ବିଭନ୍ନ କଲେଜର ଯେପରି ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ, ବରମୁଣ୍ଡା, ଭୁବନେଶ୍ବର, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର, ସାମନ୍ତ ଚନ୍ଦ୍ର ଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟ, ପୁରୀ, ଏସ୍.ଭି.ଏମ୍. ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଜଗତସିଂହପୁର, ଶୈଳବାଳା ମହିଳା ସ୍ଵୟଂ ଶାସିତ ମହାବିଦ୍ୟାଳୟ, କଟକ, ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟ, କଟକ ପ୍ରମୁଖ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। କୁଇଜରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କୁଇଜରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଚେକ ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କୁଇଜ ପ୍ରତିଯୋଗିତାରେ ରାଜଧାନୀ ସରକାରୀ ମହାବିଦ୍ୟାଳୟ, ବରମୁଣ୍ଡା, ଭୁବନେଶ୍ବର କୃତିତ୍ଵ ଅର୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୁର୍ଣ୍ଣେନ୍ଦୁ ଶେଖର ପରିଡା ସଂଯୋଜନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking