28.1 C
Bhubaneswar
Monday, September 7, 2026
Homeଓଡିଶାଆଇଏଏସ୍ ସ୍ତରରେ ଅଦଳବଦଳ

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ(ଏସ୍‌ଏସ୍‌ଇପିଡି)ର ନୂଆ ଶାସନ ସଚିବ ଡା. ବୃନ୍ଦା ଡି. ହୋଇଥିଲାବେଳେ ଓଡ଼ିଶା ଖଣି ନିଗମ ଲିମିଟେଡ୍‌ର ନୂଆ ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ।
ସୋମବାର ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବଦଳିଛନ୍ତି। ସେ ଏବେ ସ୍ଥାୟୀ ଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟସମ୍ପାଦନ କରିବେ। ପୂର୍ବରୁ ଏହି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ସେହିପରି ଶ୍ରୀ ବଶିଷ୍ଠ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ମିଶନ୍ ଶକ୍ତି ନିର୍ଦ୍ଦେଶିକା ତଥା ଅତିରିକ୍ତ ଦାୟିତ୍ୱରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବୃନ୍ଧା ଡିଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନୂଆ ନିଯୁକ୍ତି କରାଯାଇଛି। ସେହିପରି ବରିଷ୍ଠ ଆଇଏଏସ୍ ସୁଧାଂଶୁ ମୋହନ ସାମଲ ଓଡ଼ିଶା ଖଣି ନିଗମ ଲିମିଟେଡ୍‌ର ନୂଆ ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି। ଓଡିଶା ଖଣି ନିଗମ ଲିମିଟେଡ୍‌ର ଅଧ୍ୟକ୍ଷ ଭାବରେ ଥିବା ଗିରିଶ ଏସ୍ ଏନ୍‌ଙ୍କ ଅତିରିକ୍ତ ଦାୟିତ୍ୱ ସମାପ୍ତ ହୋଇଛି। ତେବେ, ଶ୍ରୀ ସାମଲଙ୍କୁ ରାଜସ୍ୱ ମଣ୍ଡଳ ଆୟୁକ୍ତ(କେନ୍ଦ୍ରାଞ୍ଚଳ), କଟକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking