ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ସହର ଭିତରେ ଥିବା ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯିବ। ଏନେଇ ବଡ଼ ବୟାନ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ସହରଗୁଡ଼ିକରେ ଦୁର୍ବଳ ଥିବା ସରକାରୀ କୋଠାଗୁଡ଼ିକୁ ଭଙ୍ଗାଯାଉଛି । ସେହିପରି ବେସରକାରୀ ସ୍ତରରେ ଦୁର୍ବଳ ଥିବା କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ମଧ୍ୟ ଚିଠି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବହୁ ସଂଖ୍ୟକ ସ୍କୁଲ୍ ଓ ଅଙ୍ଗନୱାଡି କେନ୍ଦ୍ର ଦୁର୍ବଳ ଥିବାରୁ ସେଗୁଡ଼ିକୁ ଭଙ୍ଗିବା ପାଇଁ ଚିଠି କରାଯାଇସାରିଛି । ସେହିପରି ସହର ଭିତରେ ଥିବା ଦୁର୍ବଳ କୋଠାଗୁଡ଼ିକୁ ମଧ୍ୟ ଭଙ୍ଗିବା ପାଇଁ କୁହାଯାଇଛି । ଦୁର୍ବଳ କୋଠାଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ଏବଂ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।










