31.1 C
Bhubaneswar
Friday, September 4, 2026
Homeଦେଶ ବିଦେଶନେପାଳ ପ୍ରଳୟଙ୍କରୀ ବନ୍ୟା : ୬୦୦ ଶିଶୁ ନିଖୋଜ

ନେପାଳ ପ୍ରଳୟଙ୍କରୀ ବନ୍ୟା : ୬୦୦ ଶିଶୁ ନିଖୋଜ

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବନ୍ୟା ନେପାଳରେ ବ୍ୟାପକ ଧନଜୀବନ ହାନି କରିଛି। ଏହି ବିପର୍ଯ୍ୟୟରେ ଶୁକ୍ରବାର ସୁଦ୍ଧା ମୃତ୍ୟୁସଂଖ୍ୟା ୧,୨୮୨ରେ ପହଞ୍ଚିଥିବା ବେଳେ ୪,୭୦୦ରୁ ଉଦ୍ଧ୍ୱର୍ ଲୋକ ଏବେ ବି ନିଖୋଜ ଅଛନ୍ତି। ବିଶେଷ କରି ମଧ୍ୟ ନେପାଳର ରସୁୱା ଓ ନୁୱାକୋଟ୍ ଜିଲ୍ଲାରୁ ପ୍ରାୟ ୬୦୦ ଶିଶୁଙ୍କର କୌଣସି ପତ୍ତା ମିଳୁନାହିଁ।ସରକାରୀ ଆକଳନ ଅନୁଯାୟୀ, ରସୁୱାରେ ପ୍ରାୟ ୨୮୦ ଜଣ ଏବଂ ପଡ଼ୋଶୀ ନୁୱାକୋଟ୍ ଜିଲ୍ଲାରେ ୩୦୦ରୁ ୩୫୦ ଜଣ ସ୍କୁଲ ଛାତ୍ରଛାତ୍ରୀ ନିଖୋଜ ରହିଛନ୍ତି। ନୁୱାକୋଟର ବିଦୁର ପୌରପାଳିକାରୁ ହିଁ କେବଳ ୨୫୦ ଶିଶୁ ନିଖୋଜ ଥିବା ସୂଚନା ମିଳିଛି।

ଏହି ପ୍ରକୃତିର ତାଣ୍ଡବରେ କେବଳ ପିଲା ନୁହନ୍ତି, ବରଂ ୨୨ ଜଣ ଶିକ୍ଷକ ଓ ସ୍କୁଲ କର୍ମଚାରୀ ମଧ୍ୟ ନିଖୋଜ ଅଛନ୍ତି। ରସୁୱାରୁ ୧୬ ଜଣ ଓ ନୁୱାକୋଟରୁ ୬ ଜଣ ଶିକ୍ଷକ ନିଖୋଜ ଥିବା ସ୍ପଷ୍ଟ ହୋଇଛି। ଧାଡିଂ ଓ ଗୋର୍ଖା ଜିଲ୍ଲାରୁ ରସୁୱାକୁ ତୀର୍ଥଯାତ୍ରାରେ ଆସିଥିବା କେତେକ ଶିକ୍ଷକ ମଧ୍ୟ ଏହି ବନ୍ୟା ସ୍ରୋତରେ ଭାସିଯାଇଛନ୍ତି। ନେପାଳ ପୋଲିସର ତଥ୍ୟ ଅନୁଯାୟୀ ଚିତୱାନରୁ ୩୫୯, ନୱାଲପରାସୀ ପୂର୍ବରୁ ୨୧୮, ନୱାଲପରାସୀ ପଶ୍ଚିମରୁ ୨୦୮, ନୁୱାକୋଟ୍ରୁ ୧୮୫, ରସୁୱାରୁ ୧୪୦, ଗୋର୍ଖାରୁ ୭୨, ଧାଡିଂରୁ ୬୦ ଏବଂ ତାନାହୁରୁ ୩୮ଟି ମୃତଦେହ ଉଦ୍ଧାର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking