31.1 C
Bhubaneswar
Friday, September 4, 2026
Homeଦେଶ ବିଦେଶଯମୁନାରେ ଡଙ୍ଗା ବୁଡ଼ି ଘଟଣା : ୨ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର

ଯମୁନାରେ ଡଙ୍ଗା ବୁଡ଼ି ଘଟଣା : ୨ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ହରିୟାଣାର ଯମୁନାନଗର ସ୍ଥିତ ହାଥିନୀକୁଣ୍ଡ ବ୍ୟାରେଜ୍ ନିକଟରେ ଯମୁନା ନଦୀରେ ତାଲିମ ସମୟରେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ଭାରତୀୟ ସେନାର ୧ ପାରା ସ୍ପେଶାଲ ଫୋର୍ସର ଦୁଇଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସେନା, ବାୟୁସେନା, ଏନଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନର ମିଳିତ ଖୋଜାଖୋଜି ଓ ଉଦ୍ଧାର ଅଭିଯାନ ପରେ ମୃତଦେହଗୁଡ଼ିକ ଉଦ୍ଧାର ହୋଇଛି।ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ରାତ୍ରିକାଳୀନ ଵାଟର-ଟ୍ରେନିଂ ଅଭ୍ୟାସ ସମୟରେ ୫ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ଏକ ମୋଟରବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବ୍ୟାରେଜର ଗେଟ୍ ନିକଟରେ ସ୍ରୋତ ଅତ୍ୟନ୍ତ ପ୍ରବଳ ଥିବାରୁ ଡଙ୍ଗାଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ସ୍ରୋତରେ ଫସି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୫ ଜଣ ଯବାନଙ୍କ ମଧ୍ୟରୁ ୩ ଜଣ ସ୍ରୋତ ସହ ଲଢ଼ି ସୁରକ୍ଷିତ ଭାବେ କୂଳକୁ ଆସିବାରେ ସଫଳ ହୋଇଥିବା ବେଳେ, ଅନ୍ୟ ୨ ଜଣ ଯବାନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ୪୮ ଘଣ୍ଟାର ନିରବଚ୍ଛିନ୍ନ ଖୋଜାଖୋଜି ପରେ ଶେଷରେ ସେମାନଙ୍କ ଶବ ଉଦ୍ଧାର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking