29.1 C
Bhubaneswar
Monday, August 31, 2026
Homeଓଡିଶାବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଆଇନଜୀବୀ ପିତବାସ ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ସୂଚନା ଅନୁଯାୟୀ ଆଇନଜୀବୀ ପିତବାସ ହତ୍ୟା ମାମଲାରେ ୨୨ ଅକ୍ଟୋବର ୨୦୨୫ରେ ବିକ୍ରମ ପଣ୍ଡାଙ୍କୁ ଗିର କରାଯାଇଥିଲା । କୁମାରପୂଣ୍ଣିମା ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ଯେତେବେଳେ ପୀତବାସ ପଣ୍ଡା ତାଙ୍କ ଅଫିସରୁ ବାହାରି ଘରେ ପହଞ୍ଚିବାକୁ ଯାଉଥିଲେ, ସେହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ସେଠାରୁ ଖସି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୀତବାସଙ୍କୁ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଚାରିଆଡେ ହଇଚଇ ସୃଷ୍ଟି କରିଥିଲା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କିଛି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିକ୍ରମ ପଣ୍ଡାଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ ବିକ୍ରମ ପଣ୍ଡାଙ୍କ ଓକିଲ ରଞ୍ଜନ ନାୟକଙ୍କ କହିବା ଅନୁସାରେ , ବିକ୍ରମ ପଣ୍ଡାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଏହି ମାମଲାରେ ଫସାଯାଇଥିଲା । ବହୁ ଦିନ ପରେ ଶୁଣାଣି ସରି ୫ ମାସ ଯାଏଁ ଅଟକି ରହିଥିଲା । ହେଲେ ଆଜି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି । ସର୍ତମୂଳକ ଜାମିନ ରେ ରହିଛି ଯେ ସାକ୍ଷୀମାନଙ୍କୁ ଧମକ , ଚମକ ଦେବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking