ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆମରଣ ଅନଶନରେ ବସିଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ମହମ୍ମଦ ମନୱାର ଅଲ୍ଲୀଙ୍କୁ ଆଜି ଧାରଣାସ୍ଥଳରେ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ଦାବି ଏବଂ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଲି। ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ପ୍ରସଙ୍ଗରେ ଛାତ୍ର ସମାଜର ସ୍ୱରକୁ ଅଣଦେଖା କରାଯାଇପାରିବ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ଦାବି ଓ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ଏବଂ ସମାଧାନ କରିବା ସରକାରଙ୍କ ଦାୟିତ୍ୱ। ବିଜୁ ଜନତା ଦଳ ସବୁବେଳେ ଛାତ୍ରଛାତ୍ରୀଙ୍କ ଅଧିକାର, ଶିକ୍ଷାର ଗୁଣବତ୍ତା ଏବଂ ଓଡ଼ିଶାର ଯୁବ ସମାଜର ସ୍ୱାର୍ଥ ପାଇଁ ସ୍ୱର ଉଠାଇ ଆସିଛି। ଏହି ପ୍ରସଙ୍ଗରେ ମଧ୍ୟ ଛାତ୍ର ସମାଜର ନ୍ୟାୟସଙ୍ଗତ ଦାବି ସହ ବିଜୁ ଜନତା ଦଳ ଦୃଢ଼ ଭାବେ ଠିଆ ହୋଇଛି। ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀମତୀ ଇପ୍ସିତା ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀ ମନ୍ମଥ ରାଉତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ Sk. Amir Mahammad, ମହାସଚିବ ଶ୍ରୀମତୀ ସୋଫିଆ ଆଲାମ, ଶ୍ରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସମେତ ଶ୍ରୀ ମନୋଜ ସେନାପତି, ଶ୍ରୀ ସତ୍ୟଜିତ ପଟ୍ଟନାୟକ, ଶ୍ରୀ Sagar Balabantaray, ଶ୍ରୀ ଆଶିଷ ସାହୁ, ଶ୍ରୀ ସୌମ୍ୟ ରଞ୍ଜନ ତ୍ରିପାଠୀ, ଶ୍ରୀ ଦେବାଶିଷ ଖାଡ଼ଙ୍ଗା, ଶ୍ରୀ ଅରୂପ ଶ୍ରୀଚନ୍ଦନ, ଶ୍ରୀ ମନୋରଞ୍ଜନ ସ୍ୱାଇଁ, ଶ୍ରୀ Sahilଙ୍କ ସମେତ ବହୁ ଯୁବ-ଛାତ୍ର ନେତୃବୃନ୍ଦ ଉପସ୍ଥିତ ଥିଲେ।










