30.1 C
Bhubaneswar
Friday, August 28, 2026
Homeଓଡିଶାଟ୍ରାକ୍ଟର ଧକ୍କାରେ ବାଇକ ଚାଳକ ମୃତ

ଟ୍ରାକ୍ଟର ଧକ୍କାରେ ବାଇକ ଚାଳକ ମୃତ

କଲମପୁର: କଲମପୁର ଥାନା ଅଧିନସ୍ଥ ମିନଗୁରରୁ ବଡକୁଟ୍ରୁକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତକ ମିନଗୁର ଗାଁର ଇନ୍ଦାଦ ମହମଦ ବୋଲି ଜଣାପଡ଼ିଛି। ଇନ୍ଦାଦ ଆଜି ସକାଳେ କୌଣସି କାମରେ ବଡ଼ କୁଟ୍ରୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ପରିବାର ଲୋକେ ତାଙ୍କୁ କଲମପୁର ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ଦୁର୍ଘଟଣା ସ୍ଥାନକୁ ଯାଇ ଟ୍ରାକ୍ଟର ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି। ଇନ୍ଦାଦ ମହମଦ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking