ଭୁବନେଶ୍ବର : ବିରୂପା ନଦୀକୁ ଡେଇଁଲେ ଯୁବକ। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ହଠାତ୍ ଜନୈକ ଯୁବକ ଆସି ନଦୀକୁ ଡେଇଁ ପଡ଼ିଥିଲେ । ପରେ ଯୁବକ ଜଣଙ୍କ ନିଖୋଜ ହୋଇଯାଇଛନ୍ତି । ତାଙ୍କର କୌଣସି ପତ୍ତା ମିଳିପାରୁନାହିଁ । ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖବର ଲେଖା ହେବା ସୁଦ୍ଧା ଡେଇଁଥିବା ଯୁବକଙ୍କ ପରିଚୟ ମିଳିପାରି ନାହିଁ । ସେ କାହିଁକି ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।










