28.1 C
Bhubaneswar
Sunday, August 23, 2026
Homeଓଡିଶାଭୁଲ୍ ଇଞ୍ଜେକ୍ସନ ନେଲା ଜୀବନ

ଭୁଲ୍ ଇଞ୍ଜେକ୍ସନ ନେଲା ଜୀବନ

ଭଦ୍ରକ: ଭୁଲ୍ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ । ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁସାରେ, ତିହିଡି ବ୍ଲକ ବଉଳପାଳ ଗ୍ରାମର ମାୟାଧର ସେଠୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସହ ଏକାଧିକ ଇଞ୍ଜେକ୍ସନ୍‌ ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି । ତେବେ ଚିକିତ୍ସା ଚାଲିଥିବା ବେଳେ ହଠାତ୍ ମାୟାଧରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା ଏବଂ ଭୁଲ ଇଞ୍ଜେକ୍ସନ୍‌ ଦିଆଯାଇଥିବା ଅଭିଯୋଗ କରି ମେଡିକାଲ ପରିସରରେ ପ୍ରତିବାଦ କରିଥିଲେ । ଘଟଣାକୁ ନେଇ ପରିବାର ପକ୍ଷରୁ ତିହିଡି ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ମୃତଦେହ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ତେବେ ଏହି ଘଟଣାରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି । ରୋଗୀଙ୍କ ପ୍ରେସକ୍ରିପସନ୍‌ ମେଡିକାଲ ପକ୍ଷରୁ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେମାନଙ୍କ ସନ୍ଦେହ ଆହୁରି ବଢ଼ିଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking