28.1 C
Bhubaneswar
Sunday, August 23, 2026
Homeଓଡିଶାଘଞ୍ଚ ଜଙ୍ଗଲରୁ ନିଖୋଜ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ଘଞ୍ଚ ଜଙ୍ଗଲରୁ ନିଖୋଜ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ତୋୟାପୁଟ ଗାଁ ଘଞ୍ଚ ଜଙ୍ଗଲରୁ ନିଖୋଜ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ନାବାଳିକା ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ । ଦିନକ ତଳୁ ଘରୁ କଲେଜ ଡ୍ରେସ ପିନ୍ଧି ପରିବାର ଲୋକଙ୍କୁ କଲେଜ ଯାଉଛି କହି ବାହାରିଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ପରେ ପାହାଡ଼ ଉପରୁ ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲେ । ଝିଅକୁ କେହି ହତ୍ୟା ପରେ ଟାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରୁ ଗୋଟିଏ ମୋବାଇଲ ଓ କଲେଜ ବ୍ୟାଗକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking