28.1 C
Bhubaneswar
Sunday, August 23, 2026
Homeଓଡିଶାବନ୍ୟା ପ୍ରଭାବିତ ଜିଲାକୁ ମିଳିଲା ୧୬୭.୫୫ କୋଟି

ବନ୍ୟା ପ୍ରଭାବିତ ଜିଲାକୁ ମିଳିଲା ୧୬୭.୫୫ କୋଟି

ଭୁବନେଶ୍ୱର:ବର୍ଷା ବିତ୍ପାଦ ଓ ବନ୍ୟା ପ୍ରଭାବିତ ଜିଲାଗୁଡିକରେ ରିଲିଫ୍ କ୍ୟାମ୍ପ ପରିଚାଳନା, ଉଦ୍ଧାର କାର୍ଯ୍ୟ ସମେତ ବନ୍ୟା ପରିଚାଳନା ନିମନ୍ତେ ଏସଡିଆରଏଫରୁ ପର୍ଯ୍ୟାୟକ୍ରମେ ୧୧୦ କୋଟି, ୨୬ କୋଟି ଓ ୩୧.୫୫ କୋଟି ଟଙ୍କା ମିଶି ମୋଟ ୧୬୭.୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ମୋଟ ୨୧,୪୪୫ ପ୍ୟାକେଟ୍‌ରେ ୧,୦୭,୨୨୫ଟି ପଲିଥିନ୍ ସିଟ୍ ଯୋଗାଣ କରାଯାଇଛି। ସେହିପରି ପ୍ରଭାବିତ ଜିଲାଗୁଡିକୁ ମୋଟ ୧,୪୩୧.୦୯ ଟନ୍ ପଶୁଖାଦ୍ୟ ଯୋଗାଇ ଦିଆଯାଇଛି। ରାଜ୍ୟର ବର୍ତ୍ତମାନ ବନ୍ୟା ଓ ବର୍ଷା ପରିସ୍ଥିତି ସମ୍ପର୍କରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ଜାରି ସ୍ଥିତି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଜିଲା ପ୍ରଶାସନଗୁଡ଼ିକୁ ସମସ୍ତ ପ୍ରକାର ଆକସ୍ମିକ ପରିସ୍ଥିତି ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଶନିବାର ପୂର୍ବାହ୍ଣ ୧୧ଟି ସୁଦ୍ଧା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଏବଂ ଜଳକାର ଜଳପତ୍ତନ ବିପଦ ସଙ୍କେତ ଏବଂ ସତର୍କ ସଂକେତ ଠାରୁ କମ୍ ଅଛି ରହିଛି। ଅଗଷ୍ଟ ୧ରୁ ୨୨ ମଧ୍ୟରେ ରାଜ୍ୟରେ ମୋଟ ୨୭୨.୨ମି.ମି. ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ପରିମାଣ ୨୫୨.୬ ମି.ମି. ତୁଳନାରେ ଏହା ୭.୮ ପ୍ରତିଶତ ଅଧିକ। ଜୁନ୍ ୧ରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ରାଜ୍ୟରେ ୧୦୨୮.୪ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୭୯୭.୦ମି.ମି. ତୁଳନାରେ ୨୯ପ୍ରତିଶତ ଅଧିକ।

ବର୍ତ୍ତମାନ ଉପଲବ୍ଧ ତଥ୍ୟ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ବାଲେଶ୍ୱର ଜିଲାର ୬ଟି ବ୍ଲକର ୫୦ଟି ଗ୍ରାମ ପଞ୍ଚାୟତ ଓ ୩୨୭ଟି ଗ୍ରାମ ପ୍ରଭାବିତ ହୋଇଛି। ୧୨୯ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୨୪,୭୦୯ ଜଣ ପ୍ରଭାବିତ ହୋଇଛନ୍ତି। ୧୭,୭୯୯ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୮୯ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ଓ ସହାୟତା ଯୋଗାଇ ଦିଆଯାଉଛି। ଭଦ୍ରକ ଜିଲାର ୪ଟି ବ୍ଲକର ୩୨ଟି ଗ୍ରାମ ପଞ୍ଚାୟତ ଓ ୧୪୩ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧,୫୧,୯୩୨ ଜଣ ପ୍ରଭାବିତ ହୋଇଥିବା ବେଳେ ୨୦,୫୬୭ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

୨୩ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। ଯାଜପୁର ଜିଲାର ୫ଟି ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତ ଓ ୬୯ଟି ଗ୍ରାମ ପ୍ରଭାବିତ ହୋଇଛି। ୪୮ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୭୧,୪୨୫ ଜଣ ପ୍ରଭାବିତ ହୋଇଛନ୍ତି। ୩୩୪ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। କେନ୍ଦ୍ରାପଡ଼ା ଜିଲାର ୫ଟି ବ୍ଲକର ୬୭ଟି ଗ୍ରାମ ପଞ୍ଚାୟତ ଓ ୧୬୪ଟି ଗ୍ରାମ ପ୍ରଭାବିତ ହୋଇଛି। ୪୨ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୨,୪୭,୪୯୩ ଜଣ ପ୍ରଭାବିତ ହୋଇଛନ୍ତି। ୨,୩୨୩ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୮ଟି ରିଲିଫ୍ କ୍ୟାମ୍ପରେ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ପ୍ରଭାବିତ ଜିଲାଗୁଡ଼ିକରେ ମୋଟ ୩୨ଟି ଓଡ଼୍ରାଫ୍‌, ୮ଟି ଏନଡିଆରଏଫ ଏବଂ ୪୬ଟି ଅଗ୍ନିଶମ ସେବା ଦଳ ସମେତ ମୋଟ ୮୬ଟି ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ବନ୍ୟା ପରିସ୍ଥିତି ସହ ମୁକାବିଲା ପାଇଁ ଜିଲା ପ୍ରଶାସନଗୁଡ଼ିକୁ ସଜାଗ ରହିବା ସହ ସ୍ଥାନୀୟ ଜଳବନ୍ଦୀ, ତଳିଆ ଅଞ୍ଚଳରେ ଜଳ ଜମିବା ଏବଂ ସହରାଞ୍ଚଳରେ ଅଣ୍ଡରପାସ୍ ବନ୍ଦ ହେବା ଭଳି ପରିସ୍ଥିତିର ଉଚିତ ପରିଚାଳନା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking