34.1 C
Bhubaneswar
Thursday, August 20, 2026
Homeଓଡିଶାଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ !

ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ !

ବଲାଙ୍ଗୀର: ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ପୋଖରୀ ପାଣିରେ କେବଳ ଶରୀର ଭାସୁଥିବା ବେଳେ ମୁଣ୍ଡ ନ ଥିବା ଦେଖାଯାଇଛି । ମୁଣ୍ଡ ବିହୀନ ଶବ ଭାସୁଥିବା ଖବର ପ୍ରକାଶ ପାଇବା ପରେ ଦେଓଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ଅଗ୍ନିଶମ ବିଭାଗ ପାଣି ଭିତରେ ଭାସୁଥିବା ଶବକୁ ଉଦ୍ଧାର କରିଛି । ଅଗ୍ନିଶମ ଵିଭାଗର ଏକ ଟିମ୍ ପୋଖରୀ ପାଣିରେ ମୁଣ୍ଡ ଖୋଜୁଥିବା ଦେଖାଦେଇଛି ।ଘଟଣାକୁ ନେଇ ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଅଧିକ ତଦନ୍ତ ହେବ ବୋଲି ଜଣାପଡ଼ିଛି । ତେବେ ମୁଣ୍ଡ ବିହୀନ ମୃତଦେହର ପରିଚୟ ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking