28.1 C
Bhubaneswar
Sunday, August 16, 2026
Homeଓଡିଶାଆସନ୍ତା ୩ଦିନ ଭୀଷଣ ବର୍ଷା; ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଆସନ୍ତା ୩ଦିନ ଭୀଷଣ ବର୍ଷା; ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ମଧ୍ୟରେ ଆଗାମୀ ୩ ଦିନ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ୪ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଏବଂ ଅନ୍ୟ କିଛି ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ପ୍ରସ୍ତୁତି ଓ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଜୁନ୍‌ ମାସର ପ୍ରାରମ୍ଭରୁ ଅଗଷ୍ଟ ୧୬ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୯୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସାଧାରଣତଃ ଏହି ସମୟ ମଧ୍ୟରେ ୭୪୯ ମିଲିମିଟର ବର୍ଷା ହୋଇଥାଏ। ଫଳରେ ଚଳିତବର୍ଷ ଏଯାବତ୍‌ ସ୍ୱାଭାବିକଠାରୁ ପ୍ରାୟ ୨୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷାର ପ୍ରଭାବରେ ରାଜ୍ୟର ୪୯ଟି ବ୍ଲକ ଅଧୀନ ୩୩୧ଟି ଗ୍ରାମ ପଞ୍ଚାୟତର ୯୪୭ଟି ଗାଁ ପ୍ରଭାବିତ ହୋଇଛି। ଏହାସହ ୫ଟି ସହରାଞ୍ଚଳ ମଧ୍ୟ ବନ୍ୟା ପ୍ରଭାବିତ ହୋଇଛି। ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ମୋଟ୍‌ ପ୍ରାୟ ୫ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking