29.1 C
Bhubaneswar
Saturday, August 15, 2026
Homeଓଡିଶାଖୋଲିଲା ରେଙ୍ଗାଳି ଡ୍ୟାମର ତୃତୀୟ ଗେଟ୍‌

ଖୋଲିଲା ରେଙ୍ଗାଳି ଡ୍ୟାମର ତୃତୀୟ ଗେଟ୍‌

ରେଙ୍ଗାଳି: ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଥିବାରୁ ଆଉ ଗୋଟିଏ ଗେଟ୍‌ ଖୋଲି ଦିଆଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ତିନୋଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ଥିବା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ରେଙ୍ଗାଳି ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ କ୍ରମାଗତ ଭାବରେ ରେଙ୍ଗାଳି ଡ୍ୟାମ୍‌ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଆକଳନ ଅନୁଯାୟୀ ପ୍ରତି ସେକଣ୍ଡରେ ୪୬୧୯ ଘନ ମିଟର  ବନ୍ୟାଜଳ  ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି। ପୂର୍ବରୁ ରେଙ୍ଗାଳି ଡ୍ୟାମର ୮ ଓ ୧୦ ନମ୍ୱର ଦୁଇଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ଆଜି ଅପରାହ୍ନ ୨.୩୦ରେ ୯ ନମ୍ବର ଗେଟ ଖୋଲିଛି। ଫଳରେ ତିନୋଟି ଗେଟ ଦେଇ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୫୨୦୦ ଘନ ମିଟର ଜଳ ନିଷ୍କାସନ ହେଉଛି।ଡ୍ୟାମ କର୍ତ୍ତୃପକ୍ଷ ତଳମୁଣ୍ଡରେ ଥିବା ଗ୍ରାମବାସୀ ଅନୁଗୋଳ, ଢେଙ୍କାନାଳ , ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ  ସତର୍କ ସୂଚନା ଜାରି କରିଛନ୍ତି। ତିନୋଟି ଗେଟ ଦ୍ୱାରା ରେଙ୍ଗାଳି ଡ୍ୟାମରୁ ଜଳ ନିଷ୍କାସନ ହେଉଥିବା ବେଳେ ତଳମୁଣ୍ଡରେ ବନ୍ୟା ଆଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking