ବାଲେଶ୍ୱର : ବାସଭବନରେ ତ୍ରିରଙ୍ଗା ଉଡ଼ାଇଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି, ଆଜି ମୋ ବାସଭବନରେ ଗର୍ବ ଓ ଭକ୍ତିର ସହ ତ୍ରିରଙ୍ଗା ଉଡ଼ାଇ, ମାତୃଭୂମିର ସେବାରେ ନିଜକୁ ସମର୍ପିତ କରିଥିବା ଅମର ବୀର ସହିଦମାନଙ୍କୁ ସ୍ମରଣ କରିବାର ସୌଭାଗ୍ୟ ଲାଭ କଲି। ସେମାନଙ୍କ ତ୍ୟାଗ ଆମର ଐତିହ୍ୟ, ସେମାନଙ୍କ ଦେଶଭକ୍ତି ଆମର ପ୍ରେରଣା ଏବଂ ସେମାନଙ୍କ ଅମର ବଳିଦାନ ଆମକୁ ପ୍ରତିମୁହୂର୍ତ୍ତରେ ମନେ ପକାଇଦିଏ— “ବ୍ୟକ୍ତି ସ୍ୱାର୍ଥଠାରୁ ରାଷ୍ଟ୍ର ସଦା ସର୍ବୋପରି।”










