29.1 C
Bhubaneswar
Saturday, August 15, 2026
Homeଓଡିଶାଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ଟଳି ପଡ଼ିଲେ ବୃଦ୍ଧ

ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ଟଳି ପଡ଼ିଲେ ବୃଦ୍ଧ

ପୁରୀ: ଆଜି ପ୍ରାୟ ଦିନ ୧୧ଟା ୧୫ ମିନିଟ ସମୟରେ ନୀଳକଣ୍ଠ ଦାଶ (୭୫) ଶ୍ରୀଜଗନ୍ନାଥମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ନିୟୋଜିତ ପୁଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଶ୍ରୀମନ୍ଦିର ପରିସରରେ ଥିବା ଫାଷ୍ଟଏଡ୍ ସେଣ୍ଟରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ବଡ଼ ମେଡିକାଲ)କୁ ପଠାଯାଇଥିଲା। ପୁରୀ ବଡ଼ ମେଡିକାଲରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତାଙ୍କର ପୂର୍ବରୁ ହୃଦୟ ଏବଂ ଫୁସଫୁସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ମୃତ୍ୟୁର କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ସ୍ପଷ୍ଟ ହେବ। ଏ ସମ୍ପର୍କରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରହିଛି। ମୃତକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking