29.1 C
Bhubaneswar
Saturday, August 15, 2026
Homeଦେଶ ବିଦେଶତ୍ରିରଙ୍ଗା ଶୃଙ୍ଗାରରେ ବାବା ବିଶ୍ୱନାଥ! ‘ହର ହର ମହାଦେବ’ରେ କମ୍ପିଲା କାଶୀ

ତ୍ରିରଙ୍ଗା ଶୃଙ୍ଗାରରେ ବାବା ବିଶ୍ୱନାଥ! ‘ହର ହର ମହାଦେବ’ରେ କମ୍ପିଲା କାଶୀ

ନୂଆଦିଲ୍ଲୀ : କାଶୀ ବିଶ୍ୱନାଥ ମନ୍ଦିରରେ ବାବାଙ୍କର ଆକର୍ଷଣୀୟ ତ୍ରିରଙ୍ଗା ଶୃଙ୍ଗାର । ‘ହର ହର ମହାଦେବ’ ଓ ‘ବନ୍ଦେ ମାତରମ୍’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସରl ଆଜି ଦେଶ ପାଳୁଛି ତା’ର ୮୦ତମ ସ୍ୱାଧୀନତା ଦିବସ । ଏହି ଅବସରରେ ସାରା ଦେଶ ଦେଶଭକ୍ତିର ରଙ୍ଗରେ ରଙ୍ଗାୟିତ ହୋଇଥିବାବେଳେ ପବିତ୍ର ଶ୍ରାବଣ ମାସ ଏବଂ ସ୍ୱାଧୀନତା ଦିବସର ମହାସଂଗମ ଦେଖିବାକୁ ମିଳିଛି ବାରଣାସୀର ବିଶ୍ୱପ୍ରସିଦ୍ଧ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ। ତ୍ରିରଙ୍ଗା ରୂପରେ ଦେଖାଯାଇଛନ୍ତି ବାବା ବିଶ୍ୱନାଥ ।ଆଜି ଅର୍ଥାତ୍ ୧୫ ଅଗଷ୍ଟ ଭୋର ସମୟରେ ଅନୁଷ୍ଠିତ ମଙ୍ଗଳା ଆରତୀ ପରେ ବାବା ବିଶ୍ୱନାଥଙ୍କୁ କେଶର, ଧଳା ଓ ସବୁଜ ରଙ୍ଗର ସ୍ୱତନ୍ତ୍ର ଫୁଲ ଓ ସାଜସଜ୍ଜାରେ ‘ତ୍ରିରଙ୍ଗା ସ୍ୱରୂପ’ରେ ସଜ୍ଜିତ କରାଯାଇଥିଲା । ଆରତୀ ପରେ ସମଗ୍ର ମନ୍ଦିର ପରିସର ‘ହର ହର ମହାଦେବ’ ଏବଂ ‘ବନ୍ଦେ ମାତରମ୍’ର ଗଗନପବନସ୍ପର୍ଶୀ ନାରାମାନଙ୍କରେ ଗୁଞ୍ଜିତ ହୋଇଉଠିଥିଲା । ଦେଶ-ବିଦେଶରୁ ଆସିଥିବା ହଜାର ହଜାର ଭକ୍ତ ତ୍ରିରଙ୍ଗା ବେଶରେ ବାବାଙ୍କ ଦର୍ଶନ କରି ଦେଶର ଏକତା, ଅଖଣ୍ଡତା ଏବଂ ସମୃଦ୍ଧି ପାଇଁ କାମନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking