30.1 C
Bhubaneswar
Wednesday, August 12, 2026
Homeଓଡିଶାଓଡିଶା ଏଵେ ବିନାଶ ପଥର ଯାତ୍ରୀ : କଂଗ୍ରେସ

ଓଡିଶା ଏଵେ ବିନାଶ ପଥର ଯାତ୍ରୀ : କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାର କ୍ରମାଗତ ଭାବେ 2 ଆର୍ଥିକ ବର୍ଷ 2024/25, 25/26 ଏବଂ ଚଳିତ ଆର୍ଥିକ ବର୍ଷ 26/27 ରେ ବଜେଟର ଆକାରକୁ ବୃଦ୍ଧି କରିଛନ୍ତି ସତ କିନ୍ତୁ ସରକାର ବଜେଟ ରାଶିର ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରି ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଏହା ଉପରେ ତଥ୍ୟରଖି କହିଛନ୍ତି,
ଶ୍ରୀ ମହାନ୍ତି କହିଛନ୍ତି ଯେ, 2024/25 ଆର୍ଥିକ ବର୍ଷରେ ରାଜ୍ୟ ସରକାର ବଜେଟର ଆକାର 2 ଲକ୍ଷ 65 ହଜାର କୋଟି ଟଙ୍କା ଥିଲା କିନ୍ତୁ ସେଇ ଆର୍ଥିକ ବର୍ଷରେ, ରାଜ୍ୟ ସରକାର 20% ରୁ ଅଧିକ ଖର୍ଚ୍ଚ କରି ପାରିଲେନି l ଠିକ ସମାନ ଭାବେ 25/26 ଆର୍ଥିକ ବର୍ଷରେ ବଜେଟକୁ 2 ଲକ୍ଷ 90 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଗଲା l
କିନ୍ତୁ ରାଜ୍ୟ ସରକାରଙ୍କ ପ୍ରମୁଖ 44 ବିଭାଗ ମଧ୍ୟରୁ 10 ଟି ବିଭାଗର କାର୍ଯ୍ୟକୁ ସମୀକ୍ଷା କଲାପରେ ଜଣାପଡିଛି ଯେ, କ୍ରୀଡା ଓ ଯୁବ ବ୍ୟାପାର ମାତ୍ର 22.68% ଖର୍ଚ୍ଚ ହେଉଛି l ଠିକ ସେପରି ଏମଏସଏମଇ ବିଭାଗ 37.38%, ଶିଳ୍ପ ବିଭାଗ 50.27%, ଗ୍ରାମାଞ୍ଚଳ ବିକାଶ ବିଭାଗ 75.2%, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମାତ୍ର 47%, ଖର୍ଚ୍ଚ କରିଛନ୍ତି l ସବୁଠୁ ଗୁରୁତ୍ୱପୂର୍ଣ କଥା ଉଚ୍ଚ ଶିକ୍ଷା ବିଭାଗ ବଜେଟ ବ୍ୟୟ ବରାଦ ଅର୍ଥରେ ମାତ୍ର 10.37% ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ 66.28% ଖର୍ଚ୍ଚ କରିଛନ୍ତି l ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପୋଷ୍ଟର ଓ ବ୍ୟାନର ଲଗାଇ ଓଡିଶା ସାରା ବିକାଶ ଧାରା ମିଛ ଆତ୍ମ ପ୍ରଚାର କରୁଛନ୍ତି କିନ୍ତୁ ବାସ୍ତବ ସ୍ଥିତି ହେଉଛି ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ବଜେଟ ବ୍ୟୟ ବରାଦ ଅର୍ଥର ପଇସାଟିଏ ମଧ୍ୟ ଖର୍ଚ୍ଚ କରିପାରୁ ନାହାନ୍ତି l ଯଦି ପଇସା ଖର୍ଚ୍ଚ ହେବନାହିଁ ତେବେ ରାଜ୍ୟର ବିକାଶ କିଭଳି ହେବ l ଏହା କେବଳ କଥାରେ ନା କାମରେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି l
2025/26 ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ବରାଦ 58,195 ହଜାର କୋଟି ହୋଇଥିଲା କିନ୍ତୁ ଖର୍ଚ୍ଚ ମାତ୍ର 38 ହଜାର କୋଟି ଟଙ୍କା l ଏଭଳି ସ୍ଥିତରେ ଓଡ଼ିଶାର ବିକାଶ ହୋଇଛି ବୋଲି ଦମ୍ଭୋକ୍ତି ପ୍ରକାଶ କରାଯାଉଛି ତାହା ସମ୍ପୂର୍ଣ ବୃଥା ଆସ୍ଫାଳନ, 2036 ମସିହା ସୁଦ୍ଧା ଓଡିଶାକୁ ବିକଶିତ ରାଜ୍ୟରୁପେ ଗଡ଼ିବା ପାଇଁ ଯେଉଁ ସ୍ବପ୍ନ ଏ ସରକାର ବାଣ୍ଟୁଛି l ଯଦି ଗ୍ରାଉଣ୍ଡ ଜିରୋରେ ଅର୍ଥ ଖର୍ଚ୍ଚ କରା ଯାଉନାହିଁ ତେବେ ବିକାଶ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି l
ଏସ୍ଟିମେଟ କମିଟି ଓ ପବ୍ଲିକ ଏକାଉଣ୍ଟସ କମିଟିର ଅଧ୍ୟକ୍ଷ ଏ ସମ୍ପର୍କରେ ଯେଉଁ ତଥ୍ୟ ରଖିଛନ୍ତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଓ ରାଜ୍ୟ ସରକାରଙ୍କର ପାରିବା ପଣିଆର ସାର୍ଟିଫିକେଟ l ପାଞ୍ଚବର୍ଷ ସରକାରର ଅଧା ସମୟ କେବଳ ରଙ୍ଗ ବଦଳା ଓ ମେଳା ମହୋତ୍ସବରେ ସରି ଗଲାଣି l ବର୍ତ୍ତମାନ ବଞ୍ଚିଥିବା ସମୟ ସରକାର ରାଜ୍ୟପ୍ରତି ଚିନ୍ତା କରିବେ କି ବୋଲି ସେ ପଚାରିଛନ୍ତି l
ଶ୍ରୀ ମହାନ୍ତି କହିଛନ୍ତି, ଯେଉଁ ସବୁ ବିଭାଗର ମନ୍ତ୍ରୀମାନେ ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ସେଇ ଅଯୋଗ୍ୟ ମନ୍ତ୍ରୀ ମାନଙ୍କୁ ବାହାର କରନ୍ତୁ l କିଛି କାମ ନକରି ସମସ୍ତ ସୁବିଧା ସୁଯୋଗ କାହିଁକି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି l
ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ବିଭିନ୍ନ ରାଜ୍ୟରେ ସମ୍ମିଳନୀ କରୁଛନ୍ତି କିନ୍ତୁ ନିଜ ସରକାରଙ୍କ ଶିଳ୍ପ ଓ ଏମଏସଏମଇ ବିଭାଗ ବ୍ୟୟ ବରାଦ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ? ଏହା ଆମ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି l ଓଡିଶା ବିକାଶ ପଥରେ ଯାତ୍ରୀ ହେବା ପରିବର୍ତ୍ତେ ବିନାଶ ପଥରେ ଯାତ୍ରୀ ହେଲାଣି l ଏହି ସାମ୍ୱାଦିକ ସମ୍ମିଳନୀରେ ଓପିସିସି ମିଡ଼ିଆ ସଦସ୍ୟ ଦେବାଶିଷ ମିଶ୍ର ଓ ଏସକେ ମୁସୀର ରିୟାଜ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking