27.2 C
Bhubaneswar
Monday, August 10, 2026
Homeଓଡିଶାସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ

ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ

ଦେବଗଡ଼: ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ। ଏହାସହିତ ବାପା ଗୁରୁତର ହୋଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକର ତିଲେଇମାଳ ଗ୍ରାମରେ। ମୃତ ଶିଶୁ ହେଲେ ସେହି ଗ୍ରାମର ରାମଚନ୍ଦ୍ର କିଷାନଙ୍କ ପୁଅ ନିତେଶ( ୨ ମାସ)। ରାମଚନ୍ଦ୍ର ଗୁରୁତର ଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଆଜି ସକାଳେ ରାମଚନ୍ଦ୍ର ଓ ତାଙ୍କ ପୁଅ ନିତେଶ ଘରର ବାରଣ୍ଡାରେ ଶୋଇଥିବା ବେଳେ  ଉଭୟଙ୍କୁ ସାପ କାମୁଡ଼ି ଥିଲା। ତେବେ ନିତେଶର ମୃତ୍ୟୁ ଘଟିଥିଲା। ରାମଚନ୍ଦ୍ର ଗୁରୁତର ହୋଇଥିବା ବେଳେ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ନ କରି ଝଡ଼ାଫୁଙ୍କା କରିଥଲେ। ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking