ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ବସଟି ନିୟନ୍ତ୍ରଣ ହରାଇ ପୋଗୁରୁ ସେତୁରୁ ଖସି ପଡ଼ିଲା। ଫଳରେ ଏଥିରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଘରୋଇ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇ ବସଟି ପୋଗୁରୁ ସେତୁରୁ ଖସି ପଡିଥିଲା । ଯାହା ଫଳରେ ଉଭୟ ଗାଡ଼ି ନଷ୍ଟ ହୋଇଯାଇଥିଲା । ସ୍ଥାନୀୟ ଲୋକ ଏବଂ ପୋଲିସର ସହାୟତାରେ ଆହତମାନଙ୍କୁ ବସ୍ ରୁ ବାହାର କରାଯାଇଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପାମିଡି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଗୁରୁତର ଆହତ ଯାତ୍ରୀମାନଙ୍କୁ ଅଧିକ ଚିକିତ୍ସା ପାଇଁ ଅନନ୍ତପୁର ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା । ଅନ୍ୟପଟେ ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।










