30 C
Bhubaneswar
Friday, August 7, 2026
Homeଓଡିଶାଭୁବନେଶ୍ୱରରୁ ଚମ୍ପଟ : ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱରରୁ ଚମ୍ପଟ : ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମହିଳା ଥାନା ହାଜତରୁ ଚତୁରତାର ସହ ଫେରାର ହୋଇଯାଇଥିବା ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିବାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ଫେରାର ହେବାର କିଛି ଦିନ ମଧ୍ୟରେ ଅଭିଯୁକ୍ତକୁ କର୍ଣ୍ଣାଟକର ବେଙ୍ଗାଲୁରୁରୁ କାବୁ କରିଛି ପୋଲିସ ସ୍ପେଶାଲ ଟିମ୍ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାର । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ରୁଦ୍ର ପ୍ରସାଦଙ୍କୁ ମହିଳା ଥାନା ପୋଲିସ ଗିରଫ କରି ଥାନାକୁ ଆଣିଥିଲା ।ସକାଳେ ହାଜତ ମଧ୍ୟରେ ସେଣ୍ଟ୍ରି ଅଭିଯୁକ୍ତକୁ ଜଳଖିଆ ଖାଇବାକୁ ଦେଉଥିବା ସମୟରେ, ସେ ସେଣ୍ଟ୍ରିଙ୍କୁ ଠେଲି ଦେଇ ଚମ୍ପଟ ମାରିଥିଲା । ଅଭିଯୁକ୍ତ ଫେରାର ହେବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଟେକ୍ନିକାଲ୍ ସର୍ଭେଲାନ୍ସ ଓ ସୂଚନା ଆଧାରରେ ପୋଲିସ ବେଙ୍ଗାଲୁରୁରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।ମହିଳା ଥାନା ହାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାକୁ ଭୁବନେଶ୍ୱର ଡିସିପି ଗମ୍ଭୀରତାର ସହ ନେଇଛନ୍ତି । କର୍ତ୍ତବ୍ୟରେ ଗୁରୁତର ଅବହେଳା ପାଇଁ ଡ୍ୟୁଟି ଅଫିସର ଏଏସ୍ଆଇ (ASI) ତିଳୋତ୍ତମା ପୃଷ୍ଟି ଏବଂ ସେଣ୍ଟ୍ରି ପ୍ରଦୀପ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ଗିରଫ ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯିବା ପରେ କୋର୍ଟଚାଲାଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking