ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ଦ୍ୱିପାକ୍ଷିକ ସମ୍ପର୍କ ସମୀକ୍ଷା କରିବା ସହ ପଶ୍ଚିମ ଏସିଆ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନେତାନ୍ୟାହୁ ତାଙ୍କୁ ଫୋନ କରିଥିବା କଥା କହିଛନ୍ତି । ଭାରତ- ଇସ୍ରାଏଲ ସ୍ୱତନ୍ତ୍ର ରଣନୈତିକ ସହଭାଗୀର ବିଭିନ୍ନ ଦିଗ ଉପରେ ପ୍ରଗତି ନେଇ ଉଭୟ ସମୀକ୍ଷା କରିଥିବା କହିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ମୋଦୀ ଓ ନେତାନ୍ୟାହୁ ଦୁଇ ଦେଶରେ ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜଭୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଫୋନରେ ଦୁଇ ରାଷ୍ଟ୍ର ମୁଖ୍ୟ ପଶ୍ଚିମ ଏସିଆ ସ୍ଥିତି ଉପରେ ଆଲୋଚନା କରିଥିଲେ ମଧ୍ୟ ଏ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇନାହିଁ । ସୂଚନାଗ୍ୟେ ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମୋ ଦୀ ଇସ୍ରାଏଲ ଗସ୍ତ କରିଥିଲେ ।










