33.3 C
Bhubaneswar
Sunday, August 2, 2026
Homeଓଡିଶା୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ...

୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର: କାଲି ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଅଗଷ୍ଟ ୩ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ସେ କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଅଗଷ୍ଟ ୩ରେ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରୁ କଟକ ଜିଲ୍ଲା ଦାମପଡ଼ା ନିକଟ ବାଙ୍ଗାରେ ନବପ୍ରତିଷ୍ଠିତ ଜଗଦ୍ ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିବେ। କାର୍ଯ୍ୟକ୍ରମ ପରେ ଭୁବନେଶ୍ୱରକୁ ଫେରି ରାତ୍ରିଯାପନ କରିବେ। ଅଗଷ୍ଟ ୪ରେ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ରେ ବ୍ରହ୍ମପୁର ଯିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ନିକଟ ମା’ କନ୍ଧୁଣୀ ଦେବୀ ପୀଠକୁ ଯାଇ ପୂଜାର୍ଚ୍ଚନା ଓ ଆରତି କରିବେ। ଏହାସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ପରେ ବ୍ରହ୍ମପୁର ନିକଟସ୍ଥ ଢବଳେଶ୍ୱର ମନ୍ଦିର ପରିଦର୍ଶନ କରି ବ୍ରହ୍ମପୁରରେ ରାତ୍ରିଯାପନ କରିବେ। ଅଗଷ୍ଟ ୫ରେ ରାଷ୍ଟ୍ରପତି ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବା ପରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ସୁରକ୍ଷା, ପରିଚ୍ଛନ୍ନତା, ବିଦ୍ୟୁତ୍ ଯୋଗାଣ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ମା’ କନ୍ଧୁଣୀ ଦେବୀ ପୀଠ ଆଖପାଖ ଅଞ୍ଚଳରେ ସଫେଇ ଓ ରାସ୍ତା ମରାମତି କାମ ମଧ୍ୟ ଜୋରଦାର ଭାବେ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking