31.1 C
Bhubaneswar
Sunday, August 2, 2026
Homeଦେଶ ବିଦେଶଇତିହାସ ରଚିଲା ବନ୍ଦେ ଭାରତ, ଟ୍ରେନରେ ହେଲା ହାର୍ଟ ପରିବହନ

ଇତିହାସ ରଚିଲା ବନ୍ଦେ ଭାରତ, ଟ୍ରେନରେ ହେଲା ହାର୍ଟ ପରିବହନ

ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। ମାତ୍ର ଅଢ଼େଇ ଘଣ୍ଟାରେ ସୁରତରୁ ଅହମଦାବାଦ ପହଞ୍ଚିଥିଲା ଜୀବନ୍ତ ହାର୍ଟ। ଗଞ୍ଜାମ ଜିଲ୍ଲା ସିଦ୍ଧପୁର କଲାଖଡ଼ି ଗାଁର ବାସିନ୍ଦା ମିଥୁନ ସ୍ୱାଇଁ ସୁରତର କିମ୍ ଅଞ୍ଚଳର ଏକ ଫ୍ୟାକ୍ଟରୀରେ କାମ କରୁଥିଲେ।ଜୁଲାଇ ୨୮ ତାରିଖରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯାଇଥିଲା। ଜୁଲାଇ ୩୦ ତାରିଖରେ ହସ୍ପିଟାଲରେ ତାଙ୍କୁ ‘ବ୍ରେନ୍ ଡେଡ୍’ ଘୋଷଣା କରାଯାଇଥିଲା। ଏହା ପରେ ଅଙ୍ଗଦାନ କରିବାକୁ ପରିବାର ସଦସ୍ୟ ସମ୍ମତି ପ୍ରଦାନ କରିଥିଲେ। ପାଣିପାଗ ବିଭାଗର ‘ରେଡ୍ ଆଲର୍ଟ’ ଯୋଗୁଁ ସୁରତର ବିମାନ ସେବା ପ୍ରଭାବିତ ହୋଇଥିଲା। ଏଭଳି ପରିସ୍ଥିତିରେ ହସ୍ପିଟାଲ ପ୍ରଶାସନ ପ୍ରଥମ ଥର ପାଇଁ ରେଳ ମାର୍ଗରେ ହୃଦୟ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ରେଳ ପ୍ରଶାସନ ସହ ଆଲୋଚନା ପରେ ମିଥୁନ ସ୍ୱାଇଁଙ୍କ ହାର୍ଟକୁ ବନ୍ଦେ ଭାରତ ଟ୍ରେନ ମାଧ୍ୟମରେ ସୁରକ୍ଷିତ ଭାବେ ଅହମଦାବାଦ ପହଞ୍ଚାଇବାର ଯୋଜନା କରାଯାଇଥିଲ। ସୂଚନା ଯୋଗ୍ୟ ଯେ ,ଦେଶରେ ପ୍ରଥମ ଥର ପାଇଁ ଟ୍ରେନରେ ହାର୍ଟ ପରିବହନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking