28.9 C
Bhubaneswar
Friday, July 31, 2026
Homeଓଡିଶାସରକାରଙ୍କ ସଦବୁଦ୍ଧି ଉଦୟ ହେଉ, ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ କରନ୍ତୁ

ସରକାରଙ୍କ ସଦବୁଦ୍ଧି ଉଦୟ ହେଉ, ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ କରନ୍ତୁ

ଭୁବନେଶ୍ୱର: ରାଜ୍ୟସାରା ଲଗାଣ ବର୍ଷା ଫଳରେ ଉପୁଜିଥିବା ବନ୍ୟା ବିତ୍ପାତକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ରାଜ୍ୟର ବନ୍ୟାକୁ ନେଇ ସରକାରଙ୍କ ଉପେକ୍ଷା ମନୋଭାବ ଉପରେ ଆଲୋଚନା କରିଥିଲେ lଶ୍ରୀ ପଟ୍ଟନାୟକ କହିଛନ୍ତି, ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବର୍ଷରୁତୁ ଆରମ୍ଭର 2 ମାସ ପୂର୍ବରୁ ସରକାର ପ୍ରସ୍ତୁତି ବୈଠକର ଆବଶ୍ୟକତା ଥିଲା l ଯାହାକୁ ସରକାର ଅବହେଳା କରିଛନ୍ତି lଲଗାଣ ବର୍ଷା ଓ ବନ୍ୟାକୁ ନେଇ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି ଏଥିରୁ ପ୍ରତୀତ ହେଉଛି ଯେ, ଖୋଦସରକାରଙ୍କ ପାଖରେ ପ୍ରକୃତ ତଥ୍ୟ ନାହିଁ lଆଇଏମଡି ସୂଚନା ଅନୁସାରେ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଝାଡ଼ଖଣ୍ଡ ଛତିଶଗଡରେ ପ୍ରବଳ ବର୍ଷାର ସମ୍ଭାବନା ଅଛି ଏବଂ ଯଦି ଏହା ହୁଏ ତେବେ ମହାନଦୀ, ବ୍ରାହ୍ମଣୀ ସୁବର୍ଣ୍ଣରେଖା ଆଦିରେ ପ୍ରବଳ ବନ୍ୟା ଦେଖାଦେବ ଓ ଏହି ନଦୀ ଗୁଡିକର ଶାଖା ନଦୀ ଓ ଅବବାହିକା ଅଞ୍ଚଳରେ ବନ୍ୟା ହୋଇ ବ୍ୟାପକ କ୍ଷୟ କ୍ଷତି ଘଟିବାର ସମ୍ଭାବନା ଅଛି lରାଜ୍ୟରେ ଉପକୂଳ ବ୍ୟତୀତ ପଶ୍ଚିମ ଓଡିଶାରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ଗମ୍ଭୀର lସରକାରି ତଥ୍ୟ ଠାରୁ ବହୁ ଲୋକ ବନ୍ୟା ଯୋଗୁଁ ମଲେଣି, ତଥାପି ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ପହଞ୍ଚି ନାହିଁ lପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଦୀର୍ଘ 12 ବର୍ଷ ପରେ ଓଡ଼ିଶାରେ ବନ୍ୟା ଦେଖାଦେଇଛି lସରକାରୀ ତଥ୍ୟ ଅନୁସାରେ 7 ଗୋଟି ଜିଲ୍ଲା ପ୍ରଭାବିତ ହେଇଛି l କିନ୍ତୁ ତା’ଠାରୁ ଅଧିକ ଜିଲ୍ଲା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଗଣମାଧ୍ୟମରୁ ସୂଚନା ମିଳୁଛି lସରକାରଙ୍କ ରିଲିଫ କୋର୍ଡ ଅନୁସାରେ କାର୍ଯ୍ୟ ହେଉନି lଏଭଳି ଏକ ବନ୍ୟାଜନିତ ଗମ୍ଭୀର ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ନିରାଶା ସୃଷ୍ଟି କରିଛି lଠିକ ଅଛି ଯଦି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି ତେବେ ମହାନଦୀ ଜଳବିବାଦ ସମାଧାନ କରନ୍ତୁଓ ସରକାର ଧନ ଜୀବନ ରକ୍ଷା କରିବାକୁ ପ୍ରୟାସ କରନ୍ତୁ lଦୁଃଖର ବିଷୟ ଲୋକଙ୍କୁ ଚୂଡ଼ା ମୁଠାଏ ମିଳିନି lଏପର୍ଯ୍ୟନ୍ତ ସରକାରଙ୍କ ସଦବୁଦ୍ଧି ଉଦୟ ହୋଇନାହିଁ କିମ୍ବା ସମୀକ୍ଷା ବୈଠକ ବସି ନାହିଁ l ସରକାରଙ୍କୁ ଅନୁରୋଧ ଅତିଶୀଘ୍ର ସମୀକ୍ଷା ବୈଠକ କରି ବନ୍ୟା ପ୍ରଭାବିତ ଜନତାଙ୍କୁ ରିଲିଫ ସହଯୋଗ ପହଞ୍ଚାନ୍ତୁ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking